ସାମ୍ବାଦିକମାନଙ୍କ ଧାରଣା ପଡିଲା ପ୍ରଭାବ, ବଦଳି ଗଲେ ରାୟଗଡ଼ ବି.ପି.ଏମ ଲତିକା ଦେବୀ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗତ କିଛି ଦିନ ପୂର୍ବେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଓ.ଏଲ.ଏମ ବିଭାଗ ରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଖବର ୪ ଜଣ ସାମ୍ବାଦିକ ପ୍ରସାରଣ କରିଥିଲେ | ଏଥିରେ ରାୟଗଡ ବ୍ଲକ ଉପାଧ୍ୟକ୍ଷ ସାମ୍ବାଦିକ ଙ୍କୁ ଫୋନ ରେ ଧମକ ଦେବା ସହ ଷଡଯନ୍ତ୍ର କରି ସାମ୍ବାଦିକ ଙ୍କ ଘର ଉପରେ ଆକ୍ରମଣ କରାଇଥିଲେ | ଏହାପରେ ସାମ୍ବାଦିକ ଜଣକ ରାୟଗଡ଼ ଥାନାରେ ରାୟଗଡ ବି.ପି.ଏମ ଲତିକା ଦେବୀ ଓ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିପ୍ରସାଦ ପାଣି ଙ୍କ ନା ରେ ମାମଲା ରୁଜୁ କରିଥିଲେ | ଏହାପରେ ସମ୍ବାଦିକ ମାନଙ୍କୁ ହଇରାଣ କରିବା ପାଇଁ ୪ ଜଣ ସାମ୍ବାଦିକ ଙ୍କ ନାମ ରେ ମିଥ୍ୟା କେଶ କରିଥିଲେ | ଏହାର ପ୍ରତିବାଦ ରେ ଗଜପତି ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ବ୍ୟାପି ଧାରଣା ଦେଇଥିଲେ | ପ୍ରଶାସନ ଲତିକା ଦେବୀ ଙ୍କୁ କାଶୀନଗର ବ୍ଲକ କୁ ବଦଳି କରିବା ପରେ ସାମ୍ବାଦିକ ମାନେ ଏହି ଧାରଣା ପ୍ରତ୍ୟାହାର କରିଛନ୍ତି | ଗତକାଲି ରାୟଗଡ ଥାନାରେ ୪ ସାମ୍ବାଦିକ ଥାନା ଜାମିନ ପାଇଥେଲେ | ଏହାପରେ ରାୟଗଡ଼ ଗ୍ରାମ ରେ ରାଲି କରି ନାରାବାଜି କରି ଥିଲେ | ସାମ୍ବାଦିକ ମାନଙ୍କ କହିବା ପ୍ରକାରେ ସେମାନଙ୍କ ବିରୋଧ ରେ ହୋଇଥିବା ମିଥ୍ୟା କେଶ ର ପ୍ରତ୍ୟାହାର ଓ ରାୟଗଡ ବି.ପି.ଏମ ଲତିକା ଦେବୀ ଙ୍କ ବିରୋଧ ରେ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ | ବର୍ତମାନ ଦେଖିବା କଥା ଗଜପତି ଜିଲ୍ଲା ପ୍ରଶାସନ କେବଳ ବଦଳି କରି ଚୁପ ବସୁଛନ୍ତି କିମ୍ବା ନିରପେକ୍ଷ ତଦନ୍ତ କରୁଛନ୍ତି ?? ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି…

ରିପୋର୍ଟ : କୃଷ୍ଣ କୁମାର ବେହେରା