କଲେଜ ଅଫ ନର୍ସିଂରେ ମେଗା କ୍ୟାମ୍ପସ୍ ନିଯୁକ୍ତି

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଶ୍ବାସ ସ୍କୁଲ ଓ କଲେଜ ଅଫ୍ ନର୍ସିଂ ପକ୍ଷରୁ କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଅଛି। କଲେଜରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ ଲାଗି ନାମୀଦାମୀ ଚିକିତ୍ସାଳୟ ଦାୟିତ୍ଵ ଗ୍ରହଣ କରିଥିବା ‘ବିଶ୍ବାସ’ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଥିଲେ। ଆପୋଲୋ ଚିକିତ୍ସାଳୟର ମାନବ ସମ୍ବଳ ମୂଖ୍ୟ ବି. ଶଙ୍କର ରାଓ, ଓ୍ବାଇ. ଶଙ୍କର, ବି. ରାଏ, କ୍ଲିନିକାଲ୍ ନିର୍ଦ୍ଦେଶିକା ଦେବଶ୍ରି ରାଏ, ସହକାରୀ ନର୍ସିଂ ଅଧ୍ୟାପିକା ଜୟନ୍ତୀ ପରିଜା, ନର୍ସିଂ ସୁପରଭାଇଜର ସୁଜାତା ତ୍ରିପାଠୀ, ତପସ୍ବିନି ଜେନା, ଇତିଶ୍ରୀ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ୧୧୨ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ପାଇ ମନୋନୟନ କରାଯାଇଥିଲା।

ରିପୋର୍ଟ : ରଜତ କୁମାର ମହାପାତ୍ର