ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ପୋଷ୍ୟ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ଵର ତା(ସମୃଦ୍ଧଓଡିଶା)ଶୁକ୍ରବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀର କରଞ୍ଜିଆ ଗ୍ରାମ ପଞ୍ଚାୟତର କାଶିମାବାଦରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ୍ୟ ଭାବରେ ଗ୍ରହଣ କରାଯାଇଛି।ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଏପରି କାର୍ଯକ୍ରମ ଯଥା ସାଂସ୍କୃତିକ,ସାମାଜିକ କାର୍ଯ୍ୟ କ୍ରମର ଆୟୋଜନ କରାଯାଇଥାଏ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମ୍ପାଦିକା ତଥା ପ୍ରତିଷ୍ଠାତା ସମାଜ ସେବୀ ଶ୍ରଦ୍ଧାଂଜଳି ରାୟ,ଯୁବ ସମାଜସେବୀ ବଂଶୀଧର ଦଳେଇ,ପ୍ରତାପ ଚନ୍ଦ୍ର ବେହେରା,କିଶୋର ଅଗ୍ରୱାଲ,ସିତାନାଥ ଦାସ,ବେବିରାଣୀ ଦାସ,ମିନତି ପାତ୍ର,ପାର୍ଥପ୍ରିତମ୍ କର,ଦୀପ୍ତି ମହାପାତ୍ର,ଗୌତମୀ ଦାସ, ପୁଷ୍ପାଞ୍ଜଳୀ ଭୋଇ, ଶୁଭଲକ୍ଷ୍ମି କୁଅଁର,ପୂପୁନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମ କୁ ପ୍ରଶଂସା କରିଥିବା ବେଳେ ଶେଷରେ ଦିପେନ୍ଦ୍ର ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର