ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡ଼ିଶା – ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ

ଶେରଗଡ଼(ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ମାସ ୨ ତାରିଖରେ ଆରମ୍ଭ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ୨୭ ତାରିଖ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଜିଲାପାଳ ଅନୀଲ କୁମାର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୂଖ୍ୟ ବକ୍ତା ଭାବେ ଶେରଗଡ଼ ବିଡ଼ିଓ ଶିବସିଷ ବରାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତି ରଞ୍ଜିତା ବେହେରା, ଶ୍ରୀମତି ସବିତା ରାଣୀ ରାଣୀ ଚୌଧୁରୀ ସମନ୍ଵୀତ ଶିଶୁ ବିକାଶ ଅଧିକାରୀ, ତହସିଲଦାର ତ୍ରୀଦେବ ରଥ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଂଜନ ପାଣିଗ୍ରାହି, ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ଆଇନଜୀବୀ ତଥା ପରିବେଶପ୍ରେମୀ ପ୍ରକୃତିମଣିଷ ସାମ୍ବାଦିକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଯୋଗଦେଇଥିଲେ । ଉତ୍ସବ ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା , ନୃତ୍ଯ, ସଂଗୀତ, ବକ୍ତୃତା ଇତ୍ଯାଦି ପ୍ରତିଯୋଗିତା ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍‌ଯାପନୀ ଉତ୍ସବ ରେ ମାନପତ୍ର ସହିତ ସିଲ୍‌ କପ୍‌ ଫଳକ ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ର ଚମ୍ପିୟାନ ଟ୍ରଫି +୨ ବିଜ୍ଞାନ ଛାତ୍ରୀ ଆଇସା ବେଗମ୍‌ ହାସଲ କରିଥିବା ବେଳେ କ୍ରୀଡ଼ା ପ୍ରତିଯୋଗିତା ଚମ୍ପିୟାନ ଟ୍ରଫି ଛାତ୍ରୀ ମାନଙ୍କ ମଧ୍ୟରେ +୨ କଳା ର ଶୁଭଶ୍ରୀ ଦାସ, ଛାତ୍ର ଅନୀଲ ଦଳବେହେରା, ସମାଜସେବା ସହାୟକ ସମ୍ମାନରେ ଚନ୍ଦନ ପ୍ରଧାନ, ବାଦଲ ଗୌଡ଼ ଦୁଇ ଜଣ ଛାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ ଦିଆଯାଇଥିଲା । ଉତ୍ସବକୁ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡ଼ତ୍ୟା, ନୋଡ଼ାଲ ଅଫିସର ବି. ସିବାଜୀ ପାତ୍ର, ଖେଳଶିକ୍ଷକ ସୁଧାଂଶୁ ମୋହନ ପ୍ରଧାନ, ଖେଳ ଅଧିକ୍ଷକ ଡ଼କ୍ଟର ମନୋଜ କୁମାର ପଣ୍ଡା, ସଂସ୍କୃତିକ କାର୍ଯ୍ୟକ୍ରମ ଅଧିକ୍ଷକ ଶ୍ରୀକାନ୍ତ କୁମାର ପଣ୍ଡା, ସାମାଜିକ ସେବା ଅଧିକାରି ଡ଼କ୍ଟର ରୀତା ରାଣୀ ସ୍ବାଇଁ, ପ୍ରସାସନିକ ଅଧିକାରି ଶିଶିରକାନ୍ତ ତ୍ରିପାଠୀ, କାହ୍ନୁ ଚରଣ ଲେଙ୍କା ପ୍ରମୁଖ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଉତ୍ସବ ପରିଚାଳିତ ହୋଇଯାଇଅଛି । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଟକ ୫ ଟି ରୂପାନ୍ତିକରଣ, ଗୀତିନାଟ୍ୟ କାଞ୍ଚି ଅଭିଯାନ, ଡ଼୍ରାମା ସୁନା କନିଆଁ ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା