ସାନଖେମୁଣ୍ଡି ବିଜେପି ଦ୍ୱାରା ତହସିଲ କାର୍ଯ୍ୟାଳୟ ଘେରାଉ : ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ବିଜେପି ଦ୍ୱାରା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ତହସିଲଦାର ଅମିତ କୁମାର ନାୟକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଘେରାଉ ହୋଇଛି ବୋଲି ସାନଖେମୁଣ୍ଡି ବିଜେପି ନେତା ବିଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ଦାବିପତ୍ର ଅନୁସାରେ ଚାଷୀମାନଙ୍କୁ ସଠିକ ଭାବରେ ସାର ପ୍ରଦାନ, PM କିଷାନରେ କିଭଳି ସମ୍ପୃକ୍ତ ଚାଷୀ ଅନ୍ତର୍ଭୁକ୍ତ ହେବେ, ବେଆଇନ ବାଲି, ମୋରାମ, ଇଟା ଚୋରାଚାଳନ ତୁରନ୍ତ ବନ୍ଦ କରାଯାଉ ସହ ଖାଲି ପଡିଥିବା ଚାଷୀ ଜମିର ପରୀକ୍ଷା କରି ଫସଲ କରିବାକୁ ସହାୟତା କରାଯାଉ ବୋଲି ଦାବି ପ୍ରଦାନ ହୋଇଛି । ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଗତ କିଛିଦିନ ମଧ୍ୟରେ ସାନଖେମୁଣ୍ଡି ବିଜେପି ସମସ୍ତ ଜନସାଧାରଣଙ୍କୁ ନେଇ ଆନ୍ଦୋଳନକୁ ଓଲ୍ହାଇବ ବୋଲି ମଧ୍ୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଯୁବ ବିଜେପିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା