ସ୍ୱର୍ଣ୍ଣପ୍ରିମିୟମ ଚାଷ କରି ଭାଗ୍ୟକୁ ଆଦରିଛନ୍ତି ଚାଷୀ : ପ୍ରଶାସନ ଉଦାସୀନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ପ୍ରୟ ୬ଟି ପଂଚାୟତରେ ଅଧିକ ଅମଳ ଆଶାରେ ଚାଷୀମାନେ ସ୍ୱର୍ଣ୍ଣ ପ୍ରିମିତୟମ ଭଳି ଏକ ସ୍ୱଳ୍ପ ମିଆଦି ଧାନଚାଷ କରି ଆଜି ଭାଗ୍ୟକୁ ଆଦରି ବସିଛନ୍ତି । ଏପରି ଏକ ସମବେଦନଣୀ ଘଟଣା ଜଣାଯିବାପରେ ମଧ୍ୟ କୌଣସି ପ୍ରଶାସନୀକ ଅଧିକାରୀ, କୃଷି ବୈଜ୍ଞାନୀକ ଘଟଣାସ୍ଥଳକୁ ଯାଇ ଏହାର ବିକଳ୍ପ କିମ୍ବା ପ୍ରତିକାର କରିନାହାନ୍ତି । ଉତ୍ତର ବାଲେଶ୍ୱରର ଚାଷୀ ଅଳ୍ପଦିନରେ ଅଧିକ ଅମଳକ୍ଷମ ଧାନଚାଷ ପ୍ରତି ବିଶେଷ ଆଗ୍ରହୀ । ତେଣୁ ସେମାନେ ରାଜ୍ୟ ବିହନ ନିଗମ, କୌଣସି ବୈଜ୍ଞାନୀକଙ୍କ ନୂଆ ପ୍ରଜାତିର ବିହନ କିମ୍ବା ଅନ୍ୟରାଜ୍ୟରୁ ଅଧିକ ଅମଳ ହେବାଭଳି ଧାନ ବିହନ ଆଣି ଚାଷ କରିଥାନ୍ତି । ଚଳିତବର୍ଷ ବର୍ତ୍ତନା, ଖୁଲୁଡା, ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ସୁଗୋ, ନେତୁଆ ଇତ୍ୟାଦି ପଂଚାୟତରେ ଶହ ଶହ ଚାଷୀ ଏପରି ଧାନ ଚାଷ କରିଛନ୍ତି । କିନ୍ତୁ ଏହି ଧାନ ଜୁନ୍ ଶେଷ ସପ୍ତାହରେ ତଳି ପଡିଥିବା ବେଳେ ଜୁଲାଇ ୩ୟ ସପ୍ତହରେ ରୁଆପୋତା ହୋଇଛି । ରୁଆପୋତାର ୨୦ଦିନ ନ ଯାଉଣୁ ଏଥିରୁ କେଣ୍ଡା ବାହାରିଛି । କେଣ୍ଡା ଗୁଡିକ ଅଚି ଛୋଟ ହୋଇଥିବାରୁ ଉତ୍ପନ୍ନ ଶଷ୍ୟ ଖର୍ଚ୍ଚଠାରୁ କମ୍ ହେବ ବୋଲି ଆକଳନ କରାଯାଇଛି । ଏପରି ଘଟଣା ଜଣାଯିବାପରେ ବାଲିଆପାଳର କୃଷି ସହକାରୀ ଅଧିକାରୀ ବନବିହାରୀ ପାଲଟା ଓ ଗତ ଗୁରୁବାର ଜଳେଶ୍ୱର ବ୍ଲକ କୃଷିଅଧିକାରୀ ଅନ୍ତର୍ଯ୍ୟମୀ ଧୀର ଘଟଣାସ୍ଥଳପରିଦର୍ଶନ କରିଛନ୍ତି । କିନ୍ତୁ କୌଣସି କୃଷି ବୈଜ୍ଞାନୀକ ସେ ସ୍ଥାନକୁ ପରିଦର୍ଶନ ନ କରିବା ଜିଲା ପ୍ରଶାସନର ହେୟଜ୍ଞାନ ଚାଷୀଙ୍କୁ ଅଧିକ କ୍ଷୁବ୍ଧ କରିଛି । ଗତ କିଛିଦିନ ତଳେ ବହୁ ଚାଷୀ ଜଳେଶ୍ୱର ତହସିଲଦାରଙ୍କୁ ସାକ୍ଷାତ କରି ପ୍ରତିବାଦ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା