ଜର୍ମାନୀରେ ଗବେଷଣା କରିବେ ରାୟଗଡ଼ା ଝିଅ ପ୍ରିତି…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ରାଣୀଗୁଡା ଅଞ୍ଚଳର ଝିଅ ପ୍ରିତିପ୍ରଭା ସାହୁ ଯୁବ ବିଜ୍ଞାନୀ ଭାବେ ସର୍ବ ଭାରତୀୟ ସ୍ତରରୁ ଜର୍ମାନୀ ଯାଇ ସେଠରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି । ସେ ଜର୍ମାନର ମ୍ୟୁନିକ  ସହରର ଏଲଏମୟୁ ବିଶ୍ୱ ବିଧ୍ୟାଳୟରେ ପି.ଏଟ୍.ଡି କରିବେ । ଏହି ଖବର ଶୁଣିବାପରେ ପରିବାରରେ ଖୁସିର ଲହରି ଖେଲିଯାଇଛି । ରାୟଗଡ଼ା ସହରର ରାଣୀଗୁଡା ଅଞ୍ଛଳରେ ବସବାସ କରୁଛନ୍ତି ପ୍ରଭାକର ସାହୁଙ୍କ ପରିବାର । ଝିଅ ପ୍ରିତିପ୍ରଭା ପିଲାଟି ଦିନରୁ ପାଠପଢାରେ ସଫଳତାର ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି । ଉଦ୍ଭିଦ ବିଜ୍ଞାନର ମାଇକ୍ରୋ ବାୟୋଲୋଜିରେ ସେ ନାଇଜର ଶିକ୍ଷା ଅନୁଷ୍ଠାନରେ ପାଞ୍ଚବର୍ଷ ପାଠ ପଢିବା ଥିଲେ । ସେଠାରେ ସେ ତିନିତିନିଟି ଗୋଲ୍ଡ ମେଡାଲ ହାସଲ କଲେ । ଏବେ ଉଟ୍ଟ ଶିକ୍ଷା ସହିତ ଗବେଷଣା କରିବା ପାଇଁ ସେ ମନୋନୀତ ହୋଇଛନ୍ତି । ସେଥିନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଜାତୀୟ ବିଜ୍ଞାନ ଗବେଷଣା ଶିକ୍ଷାନୁଷ୍ଠାନ ନାଇଜର ଅନୁଷ୍ଠାର ଜଣେ ମେଧାବୀ ଛାତ୍ରୀ ଭାବେ ସେ ସର୍ବଭାରତୀୟ ସ୍ତରରେ ଜଣେ ମାତ୍ର ଛାତ୍ରୀ ଭାବେ ଜର୍ମାନରେ ସାକ୍ଷାତକାର ଦେଇ ଥିଲେ । ସମଗ୍ର ବିଶ୍ୱର ୧୪ ଜଣ ଛାତ୍ରୀଙ୍କ ଭିତରୁ ସେ ମନୋନୀତ ହୋଇ ଯୁବ ବିଜ୍ଞାନୀ ଭାବେ ଉଦ୍ଭିଦ ବିଜ୍ଞାନର ମାଇକ୍ରୋବାୟୋଲଜି ଅଧ୍ୟୟନ କରିବା ପାଇଁ ମନୋନୀତ ହୋଇଥିଲେ । ସେଠାରେ ସେ ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଦି ନେଇ ପ୍ରୟୋଗ କରାଯାଉଥିବା ନାଇଟ୍ରୋଜେନ ସାରକୁ କିଭଳି ବନ୍ଦ କରାଯାଇପାରିବ ସେଥି ନେଇ ଗବେଷଣା କରିବେ  । ଏହାଫଳରେ ନାଇଟ୍ରୋଜେନ ପ୍ରୋୟୋଗ ନେଇ ହେଉଥିବା ପ୍ରଦ୍ୟୁଷଣ ବନ୍ଦ ହେବା ସହିତ ମାନବ ସମାଜର ହେଉଥିବା ରସାୟନିକ କ୍ଷତି ମଧ୍ୟ ବନ୍ଦ ହୋଇଯିବ । ଗୋଟିଏ ପଟେ ଝିଅର ସଫଳତା ନେଇ ଖୁସି ଜାହୀର କରିଛନ୍ତି ତ ଅନ୍ୟ ପଟେ ନିଜ ଝିଅର ନିଷ୍ଠାପ୍ରତି ଆସ୍ଥାପ୍ରକଟ କରିଛନ୍ତି ତାଙ୍କ ବାପା ମାଁ । ଯୁବ ଉଦ୍ଭିଦ ବିଜ୍ଞାନୀ ପ୍ରିତୀପ୍ରଭା ସାହୁ ନିଜ ଗବେଶଣାରେ ସଫଳତା ହାସଲ କଲେ ସମାଜର ମଙ୍ଗଳ ସାଧନ ହେବ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ