ସାନଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବ …

ବ୍ରହ୍ମପୁର ( ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ମେଇନ ରୋଡ ପଡିଆରେ ବିଜୁ ଜନତା ଦଳର ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କମ୍ୟୁନିଷ୍ଟ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନ୍ତ୍ରୀ ଉଷାଦେବୀ, ଗଞ୍ଜାମ ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା ଏବଂ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଆଦି ସମସ୍ତେ ଯୋଗ ଦେଇ ଏହି ମିଶ୍ରଣ ପର୍ବକୁ ଆକର୍ଷଣୀୟ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା