ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିଶୁ ଦିବସ ଉତ୍ସବରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସାଗରିକ ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି, ସଂଗୀତ, ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ପରିଚାଳନା ପରିଷଦ ଉପସଭାପତି ପ୍ରଭାତ ପତି, ପରିଚାଳନା ପରିଷଦ ସଦସ୍ୟ ପ୍ରକାଶ ସେଠୀ, ହରେ କୃଷ୍ଣ ସାହୁ ଅଂଶ ଗ୍ରହଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୂପେ ଗାଁଦିଆ ବ୍ଲକ ସାମାଜିକ ସଂଗଠନ ଅଧିକାରୀ ନାରାୟଣ ମହାପାତ୍ର ଅଂଶ ଗ୍ରହଣ କରି ଉଦବୋଧନ ଦେଇଥିଲେ । ରଂଗୋଲିରେ ସୁଭଦ୍ରା ଷଡ଼ଙ୍ଗୀ, ଗୀତାରେ ଅସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ରଣା, ଵକ୍ତାପରି ଶ୍ରୀୟା ଶୁଚିସ୍ମିତା ଖଟୁଆ, ସୁଭଦ୍ରା ଷଡ଼ଙ୍ଗୀ ପ୍ରବନ୍ଧରେ ଶକ୍ତି ପ୍ରସାଦ ସେଠୀ ସମ୍ମାନିତ ହୋଇଥିଲେ । ସମସ୍ତ ବୃନ୍ଦ ପ୍ରତିଯୋଗିଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, ମମତା ବେହୁରୀ ଓ ସଜ୍ଞା ସାଗରିକ ସ୍ୱାଇଁ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି