ସାଧୁଗୋରେଶ୍ୱର ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

ଦଶରଥପୁର(ସମୃଦ୍ଧଓଡିଶା)ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟରେ ଯୁବ ଓଡିଶା ନବିନ ଓଡିଶା (ନୂଆ ଓ ) ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି | ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁରର ବରିଷ୍ଠ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରି ଦାସ, ମୁଖ୍ୟ ବକ୍ତାଭାବେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର,ସମ୍ମାନିତ ଅତିଥିଭାବେ ଦଶରଥପୁର ବ୍ଲକର ଅଧକ୍ଷ ଦିଗମ୍ବର ମଲ୍ଲିକ,ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, କନିକାପଡା ସରପଞ୍ଚ ପ୍ରଦୀପ କୁମାର ଯେନା , ପ୍ରାଧ୍ୟାପକ ଉଜ୍ଜ୍ୱଳ କାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ସୁକାନ୍ତ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ | ସେହିପରି ଅଧ୍ୟାପିକା ସ୍ମିତାରାଣୀ ଭଞ୍ଜ ଶାନ୍ତିପାଠ କରିଥିବା ବେଳେ ମହାବିଦ୍ୟାଳୟର ଛାତ୍ରୀ ବିଜୟିନୀ ଦାସ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ | ହିରାଦ୍ଦି ରାୟ ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ | ପ୍ରାଧ୍ୟାପକ ରବିନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ବିଭାଗରେ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ସଭା କାର୍ଯ୍ୟ ଶେଷରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରୀୟା ଏବଂ ତାଙ୍କ ସାଥି ମାନଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦଶରଥପୁର ବ୍ଲକର ଯୁବ ଇଂ ତିମିର କାନ୍ତ ସେନାପତିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ମହାନ୍ତି, ଛାତ୍ର ନେତା ସତ୍ୟଜିତ ତ୍ରିପାଠୀ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

ରିପୋର୍ଟ : ରଜତ ମହାପାତ୍ର