ବାଲିଘାଟରୁ ଟଙ୍କା ଲୁଟ କରି ଯୁବକ ଗିରଫ

ଫୁଲନଖରା(ସମୃଦ୍ଧଓଡିଶା) ବାଲିଘାଟରୁ ଟଙ୍କା ଲୁଟ କରିଥିବା ଜଣେ ପେଶାଦାର ଅପରାଧିକୁ କଟକ ସଦର ଥାନା ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ ବାଲିକୁଦା ସାମଲ ସାହିର ଶିବନୀ ଓରଫ ସିପ୍ତି ରଞ୍ଜନ ନାୟକ। ତା’ ନିକଟରୁ ଏକ ଲକ୍ଷ ଛୟାଳିଶି ହଜାର ନଅ ଶହ ଟଙ୍କା ଓ ଗୋଟିଏ ବାଇକ ପୋଲିସ ଜବତ କରିଛି।ପୋଲିସ ସୂତ୍ରରୁ ପ୍ରକାଶ ସ୍ଥାନୀୟ ଉତ୍ତମାପୁର ବାଲିଘାଟର କାର୍ଯ୍ୟାଳୟକୁ ଗତ ୧ ତାରିଖ ସୋମବାର ରାତି ୧୦:୫୫ରେ ଶିବନୀ ଯାଇ ଦାୟିତ୍ଵରେ ଥିବା ମ୍ୟାନେଜର ସର୍ବେଶ୍ଵର ବାରିକଙ୍କୁ ବଟି ମାଗିଥିଲେ। ସର୍ବେଶ୍ଵର ବଟି ନ ଦେବାରୁ ଶିବନୀ ଜୋର୍ ଜବରଦସ୍ତ ଅଫିସ ରୁମରେ ପଶି ଡ୍ରରୁ ଏକ ଲକ୍ଷ ଅଶି ହଜାର ଟଙ୍କା ଲୁଟି ନେଇଥିଲା। ଏନେଇ ସର୍ବେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ ୩/୨୩)ରୁଜୁ କରି ଭାବରେ ସିପ୍ତି ରଞ୍ଜନ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶିବନୀଙ୍କ ନାମରେ ପୂର୍ବରୁ ଏହି ଥାନାରେ ୧୧ଟି ଓ ବାରଙ୍ଗ ଥାନାରେ ଗୋଟିଏ ଅପରାଧିକ ମାମଲା ଥିବା ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି।

ରିପୋର୍ଟ : ରଜତ ମହାପାତ୍ର