ବିଜେଡି ଦଳରେ ଯୋଗଦେଲେ ୫0ରୁ ଉର୍ଦ୍ଧ୍ଵ ବିଜେପି କର୍ମୀ

ନିମାପଡା(ସମୃଦ୍ଧ ଓଡିଶା)ଆଜି ବିଜେଡି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଦିବା ୧0ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ବିଧାୟକ ସମୀର ଦାଶଙ୍କ ଉପସ୍ଥିତିରେ ନିମାପଡା ବ୍ଲକ ଅଧୀନ ଧନୁଆଁ ପାଞ୍ଚାୟତ ଅନ୍ତର୍ଗତ ଲୋକେଇଗୋରଡ଼ା ଗ୍ରାମର ମିହିର କୁମାର ବେହେରା , ସୁକାନ୍ତ ବେହେରା, ଦୁଷ୍ମନ୍ତ ବେହେରା ଓ ଗଙ୍ଗାଧର ବେହେରାଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ମାନ୍ୟବର ବିଧାୟକ ସମୀର ଦାଶଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହିତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି l ଦଳରେ ସାମିଲି ହୋଇଥିବା ବିଜେପି କର୍ମୀମାନଙ୍କୁ ବିଧାୟକ ସମୀର ଦାଶ ସ୍ୱାଗତ କରିବା ସହିତ ଦଳ ଆହୁରି ମଜବୁତ ହେବବୋଲି କହିଛନ୍ତି l

ରିପୋର୍ଟ : ରଜତ ମହାପାତ୍ର