ସାଇ ସତସଙ୍ଗ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସାଇ ସତସଙ୍ଗ ଅନୁଷ୍ଠାନ ପକ୍ଷରୁ ଶିବ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରେ ଦେଶ ଓ ରାଜ୍ୟରେ ଲକଡାଉନ ଜାରୀ କରାଯାଇ ଥିବାରୁ ଆଗ ଭଳି ଆଉ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ପାରୁ ନାହିଁ । ତେଣୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଛି । ଏହି ସମୟରେ ସାଇ ସତସଙ୍ଗ ଅନୁଷ୍ଠାନ ତରଫରୁ ରକ୍ତଦାନ କରାଯାଇ ରକ୍ତ ଭଣ୍ଡାରର ରକ୍ତ ଅଭାବକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରେଡକ୍ରସର ଉପାଧ୍ୟକ୍ଷ ବିରଞ୍ଚି ପାଣି ଅହିଂସିଦାର ରାଜ କିଶୋର ବେହେରା ଯୋଗ ଦେଇଥିଲେ । ରକ୍ତ ଭଣ୍ଡାରର ପ୍ରେମାନନ୍ଦ ପଣ୍ଡା, ରାଜେନ୍ଦ୍ର କୁମାର ମଲିକ, ଶୋଭାଗ୍ୟ ରଞ୍ଜନ ମିଶ୍ର, ବରୁଣ କୁମାର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅମରେନ୍ଦ୍ର ଖୁଣ୍ଟିଆ, ସରୋଜ ସାହୁ, ରଘୁନନ୍ଦନ ସାହୁ, ରତିକାନ୍ତ ସେଠି, ନବଘନ ବିଶ୍ୱାଳ, ପାର୍ଥ ସାରଥି ମିଶ୍ର, ମୋନରଞ୍ଜନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ ପାଣି