ପୂର୍ବତନ ଆଇନ୍‌ମନ୍ତ୍ରୀ ଆଇନ୍‌ଜୀବୀ ହରପ୍ରସାଦ ମହାପତ୍ରଙ୍କ ପରଲୋକରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନ୍ମ ଓ ମୃତ୍ୟୁ ମଧ୍ୟରେ ମଣିଷର କର୍ମ ଓ ଚିନ୍ତା ଚେତନା ତାଙ୍କୁ ଅମର କରି ରଖିଥାଏ । ସାମାଜିକ କ୍ଷେତ୍ରରେ ତାଙ୍କର କର୍ମ ଦକ୍ଷତା ବାରି ହୋଇପଡେ ଓ ତେଣୁ ସମସ୍ତଙ୍କଠାରେ ଅମର ହୋଇ ରହନ୍ତି ବୋଲି ଆଜି ସ୍ୱର୍ଗତ ହରପ୍ରସାଦ ମହାପାତ୍ରଙ୍କ ଶୋକ ସଭାରେ ମତ ପ୍ରକାଶ ପାଇଛି । ସମାଜ କଲ୍ୟାଲ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଶୋକ ସଭାରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍‌ଜୀବୀ ରାମଚନ୍ଦ୍ର ଜେନାଙ୍କ ପୌରହିତ୍ୱରେ ଆଜି ଜଳେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ମହାପାତ୍ର ଜଣେ ଜନଦରଦୀ, କର୍ମବୀର, ସମାଜସେବୀ ସର୍ବୋପରି ଜଣେ ଆଇନ୍‌ମନ୍ତ୍ରୀ ଭାବରେ ସବୁଠାରେ ପୂଜ୍ୟ ବୋଲି ସଭାପତି ଶଅୀ ଜେନା ମତବ୍ୟକ୍ତ କରିଥିଲେ । ପୁରୀସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅର୍ଥନିତୀ ବିଭାଗର ମୁଖ୍ୟ ଡ.କାର୍ତ୍ତିକ ପ୍ରସାଦ ଜେନା ଏଥିରେ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ଜୀବନୀ, ସ୍ମୃତି, ତଥା ଜଣେ ଆଇନ୍‌ଜିବୀ ହୋଇ ମଧ୍ୟ ଆଇନ୍ ‌ମନ୍ତ୍ରୀ ଭାବେ କିପରି ପ୍ରତ ସ୍ମରଣୀୟ ହୋଇଛନ୍ତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ଶରତ ଚନ୍ଦ୍ର ପରିଡା, ଆଇନ୍‌ଜୀବୀ ସତ୍ୟନାରାୟଣ ଦାସ, ଗୌରଗୋପଳ ସେନ୍‌, ଭୂପତି ପରିଡା, ସତ୍ୟବ୍ରତ ସୋମ, ରବିନାରାୟଣ ପାତ୍ର, ଅବନୀ ଚା. ରାମଚନ୍ଦ୍ର ସିଂହ, ଡ. ଅଜିତ୍ କୁମାର ମହାନ୍ତି, ଖଗେନ୍ଦ୍ର ସାହୁ, ଗଣେଷ ପରିଡା, ନିଳକଣ୍ଠ ଖଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା