ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ : ଆଇନଗତ ଲଢେଇ ସହ ଜାନୁଆରୀ ୨ରୁ ଆନ୍ଦୋଳନର ନିଷ୍ପତ୍ତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ସନ୍ନିକଟ ବ୍ରଜନଗର, ଶକ୍ତିନଗର, ଶ୍ରୀମାନଗର, ରାଜୀବ ନଗର, କାଳୁଆ ନଗର, ଗୋବିନ୍ଦ ବିହାର, ବସନ୍ତ ବିହାର, ହନୁମାନ ନଗର, ଆଦିଶକ୍ତି ନଗର, ମେଡିକାଲ ବ୍ୟାଙ୍କ୍ କଲୋନୀ, ବିଜୟ ବିହାର, ବାସୁଦେବ ନଗର, ନୀଳାଚଳ ନଗର, ଖାରବେଳ ନଗର, ଗୌତମ ନଗର, ଅର୍ଜୁନ ବିହାର, ଓମ୍ ନଗର, ବାପୁଜୀ ନଗର, ସଂଜୀବନୀ ବିହାର ଓ ଅଳକାପୁରି ତଥା ଲୋଚପଡା, ନିମଖଣ୍ଡି, ଭାବି ନପୁର ତଥା ଜଗଦଲପୁର ପଞ୍ଚାୟତର ଉନ୍ନୟନ କମିଟି ତଥା ଜନସାଧରଣଙ୍କୁ ନେଇ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗୋବିନ୍ଦ ବିହାର ସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାର ଓ ସ୍ଥାନୀୟ ଲୋକ ପ୍ରତନିଧିମାନେ ସହର ତଳି ଅଞ୍ଚଳ ଦାବୀ ପ୍ରତି ସହାନୁଭୂତି ପଦର୍ଶନ ନକରି ଅଣଦେଖା କରିଥିବାରୁ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସହର ତଳି ଅଞ୍ଚଳ ମହାନଗର ନିଗମରେ ସାମିଲ ହେବ ବୋଲି ଦେଇଥିବା ପର୍ତିଶୃତି ପାଳନ କରିବାରେ ଅସମର୍ଥ ଓ ବିଫଳ ହେଇଥିବା ଯୋଗୁଁ ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ଏଭଳି ସଠତା ଏବଂ ପ୍ରତାରଣା ପୂର୍ଣ୍ଣ ଆଚରଣ ବିରୁଦ୍ଧରେ ପୁଣି ଥରେ ଜାନୁୟାରୀ ୨ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସହର ତଳି ଅଞ୍ଚଳକୁ ସାମିଲ ନ କରିବା କେବଳ ସହର ତଳି ଅଞ୍ଚଳ ନୁହଁ ସମଗ୍ର ମହାନଗର ବାସିନ୍ଦାଙ୍କ ପ୍ରତି ବୈମାତୃକ ଓ ଉପେକ୍ଷିତ ମନୋଭାବର ପରିଚାୟକ । ତେଣୁ ସରକାରଙ୍କ ଏହି ଉଦାସୀନ ଚରମ ଅବହେଳା ବିରୁଦ୍ଧରେ କମିଟି ହାଇକୋର୍ଟରେ ରିଟ୍ ଦାଖଲ କରି ଆଇନର ଆଶ୍ରୟ ନେବା ସହ ଜାନୁୟାରୀ ୨ ତାରିଖରୁ ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ଦାବୀ ପୂରଣ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ । ଆନ୍ଦୋଳନକୁ ଆଗେଇ ନେବା ସକାଶେ ଆଜି କମିଟି ସ୍ତରରେ ଛୋଟିଆ ପରିବର୍ତ୍ତନ କରାଯାଇ କମିଟିକୁ ପୁନର୍ଗଠନ କରାଯାଇଛି । ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାମାନେ ହେଲେ ସର୍ବ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ଉପ ସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଡ. ଶିବ ପ୍ରସାଦ ମିଶ୍ର, ସାଂଗଠାନିକ ସମ୍ପାଦକ ବିଜୟ ଚନ୍ଦ୍ର ମିଶ୍ର, କାର୍ଯ୍ୟାଳୟ ସମ୍ପାଦକ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ବି. ଭି. ସାଗର, ଯୁଗ୍ମ ସମ୍ପାଦକ ସ୍ୱଦେଶ କୁମାର ପାତ୍ର, ସଂଯୋଜକ ସିଏଚ ରମକ୍ରିଷ୍ଟ ଦାସ, ସହ ସଂଯୋଜକ ଅନିଲ ଅଧିକାରୀ, କୋଷାଧ୍ୟକ୍ଷ ଏମ ଲାବଣ୍ୟ ପାତ୍ର, ଉପ କୋଷାଧ୍ୟକ୍ଷ ସୁଦାମ ପାତ୍ର, ଉପଦେଷ୍ଟା ପ୍ରଫେସର ରଙ୍ଗନାଥ ମିଶ୍ର, ଏମ ଲକ୍ଷ୍ମଣ ପାତ୍ର, ସୁବାଷ ପାତ୍ର, ଶରତ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ରୂପେ ଅମୀୟ ପଟ୍ଟନାୟକ, ଜବାହର ଲାଲ ପାତ୍ର, ଅନ୍ତର୍ଜାମି ବେହେରା, କୈଳାଶ ଚନ୍ଦ୍ର ପଣ୍ଡା, କାହ୍ନୁ ଚରଣ ପତି, ଶ୍ରୀ ମନ୍ତ ପାଣିଗ୍ରାହୀ, ଅଜିତ୍ ପଟ୍ଟନାୟକ, ଶ୍ରୀପତି ଚୌଧୁରୀ, ଗଣେଶ ଦାସ, ଶ୍ରୀକାନ୍ତ ପଢ଼ିହାରି, ଗଣେଶ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ଅଶୋକ କୁମାର ପାଣିଗ୍ରାହୀ, ଡି. ବସନ୍ତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ଶିବ ପାତ୍ର ପ୍ରମୁଖ ହୋଇଥିଲେ । ଆଜିର ସଭାରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ. ଶିବ ପ୍ରସାଦ ମିଶ୍ର, ଉପସଭାପତି ହରିହର ନାୟକ ଓ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଈଛା ପ୍ରମୁଖ ମଞ୍ଚାସିନ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା