ଜଳେଶ୍ୱରରେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ ୨୦୨୦-୨୧ ମସିହାର ପ୍ରାଥମିକ ସ୍ତରରେ ୩ୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଜଳେଶ୍ୱର ଶିକ୍ଷାଜିଲାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । କୋଭିଡ ନିୟମ ଅନୁଯାୟୀ ମୋଟ ୫ଟି କେନ୍ଦ୍ରରେ ପରିକ୍ଷାର୍ଥମାନେ ପରୀକ୍ଷା ଦେଇଥିବାବେଳେ ଏବିଇଓ ଅଜୟ ଜେନା ପରୀକ୍ଷା ପରିଚାଳନା କରିଥିଲେ । ମୋଟ ୩୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୩୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ବିଇଓ ଭଗୀରଥ ଗିରି ଓ ଏବିଇଓ ସୁଶାନ୍ତ ଜେନା ପ୍ରମୁଖ ରାଇବଣିଆ ଅଂଚଳର ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା