ଶ୍ରୀ ଜଗନ୍ନାଥଙ୍କ ଉତ୍ପତ୍ତି

କଟକ୨୮-୮(ସମୃଦ୍ଧଓଡିଶା)ସବୁ ଧର୍ମ ମତବାଦ ସମ୍ପ୍ରଦାୟ ଶ୍ରୀ ଜଗନ୍ନାଥଙ୍କ ଠାରେ ସମ୍ ନିତ । ଶ୍ରୀଜଗନ୍ନାଥ ଙ୍କ ଉତ୍ପତ୍ତି ପୁରାଣ, ସାହିତ୍ୟ ,ମାଦଳାପାଞ୍ଜି ରୁ ଉଦ୍ଧାର କରି ପୂର୍ବତନ ଅଧ୍ୟକ୍ଷ ତଥା ନୀଳାଦ୍ରି ପତ୍ରିକାର ସମ୍ପାଦକ ଡ୍ ଭବାନୀଶଙ୍କର ଦାଶ ଥିଙ୍କର୍ଶ କ୍ଳବ୍ ର ୮୨ ତମ ଆଭସି ବୈଠକ ରେ ଆଲୋଚନା କରିଥିଲେ । ଅତିଥି ଭାବେ ଯୋଗ ଦେଇ ବିହାର ନାଳନ୍ଦା ବିଶ୍ଵବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ଡିନ ପ୍ରଫେସର ପଞ୍ଚାନନ ମହାନ୍ତି କହିଲେ ସୌରି ଭାଷା ର ଶବ୍ଦ ଜଗନ୍ତ ଅଟେ । ଶବର, ସlନ୍ତlଳ,ଜୁଆଙ୍ଗ ମାନେ କାଠ କୁ ପୂଜା କରନ୍ତି । ଜଗନ୍ନାଥପୁରୀ ରୁ ପୁରୀ ଶବ୍ଦ ଆସିଛି। ଜଗନ୍ନାଥଙ୍କ ଆଖି ଗୋଲାକାର ହୋଇଥିବାବେଳେ ବଳଭଦ୍ର ଓ ସୁଭଦ୍ରାଙ୍କ ଆଖି ଅଲଗା ଆକାର l ଏ ଦିଗରେ ଅଧିକ ଚର୍ଚ୍ଚା ହେଲେ ସତ୍ୟ ର ସନ୍ଧାନ ମିଳିବ ବୋଲି ମତ ଦେଇଥିଲେ l ସର୍ଵଶ୍ରୀ ମନ୍ ମୋହନ ଆଚାର୍ଯ୍ୟ,ପଣ୍ଡିଚେରୀ ରୁ ମଧୁସୂଦନ ମହାପାତ୍ର,ପ୍ରଫେସର ଉମାଶଙ୍କର ମିଶ୍ର,ଡ୍ ବୈରାଗୀ ଚରଣ ପଟ୍ଟନାୟକ ପ୍ରଶ୍ନମାନ ପଚାରି ଥିବା ବେଳେ କାନlଡା ରୁ ପ୍ରଶାନ୍ତ ଭୂୟାଁ, ମୀୟlମlର ରୁ ବିନୋଦ ମହାନ୍ତି, ଇ ସୁଧାକର ପତ୍ରୀ,ବିଶପ ଡି ବି ହୃଦୟ,ନିମାଇଁ ସ୍ୱାଇଁ, କେସି ପଣ୍ଡା,ରବୀନ୍ଦ୍ରନାଥ ଦାସ,ରବିନାରାୟଣ କର,ପ୍ରଫେସର ଦମୟନ୍ତୀ ବେସର। ,ବିଭୁଦତ୍ତ ମହାନ୍ତି ଓ ବହୁ ଶ୍ରୋତା ୟୁ ଟ୍ୟୁବ୍ ରେ ଅଂଶ ଗ୍ରହଣ କରିଥିଲେ l ଥିଙ୍କର୍ଶ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରି ୩ ସଂଖ୍ୟା ଅଶୁଭ ନୁହେଁ ଆମ ସଂସ୍କୃତିରେ ଶୁଭଙ୍କର ବୋଲି କହିଥିଲେ । ଆସନ୍ତା ରବିବାର ଓଡ଼ିଶାରେ ତନ୍ତ୍ର ପରମ୍ପରା ଉପରେ ଆଲୋଚନା ହେବ l

ବରଦା ଦାସ
ସଭାପତି, ଥିଙ୍କର୍ଶ କ୍ଳବ୍