ସମରଝୋଳ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ଦୀପାବଳୀ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମର ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି ସ୍କୁଲର ନିର୍ଦ୍ଦେଶକ ଗିରିଧର ପାଢୀ ଙ୍କ ପୌରୋହିତ ରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି l ଏଥିରେ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତ ପାଇଁ ବହୁତ ସୁନ୍ଦର ଭାବେ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ l ଦୀପାବଳୀ ଉତ୍ସବ କଣ ପାଇଁ ହୁଏ ଏହାର ପାଠ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ l ଦୀପାବଳୀ ରାମଚନ୍ଦ୍ର ୧୪ବର୍ଷ ବନବାସ କରି ଅଯୋଧ୍ୟାକୁ ଫେରିଲେ ସେହିଦିନ ଅଯୋଧ୍ୟା ରେ ରାମ, ଲଖଣ ଓ ଶୀତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଦୀପ ଲଗେଇ ଅଯୋଧ୍ୟାକୁ ଆଲୋକିତ କରାଯାଇଥିଲା ସେହିଦିନଠାରୁ ପ୍ରତିବର୍ଷ ଆମ ଦେଶରେ ଦୀପାବଳୀ ଉତ୍ସବ ପାଳନ ହୋଇଆସୁଛି l ଏହି ପରି ପାଠ୍ୟକ୍ରମକୁ ପିଲାମାନେ ବହୁତ ଆନନ୍ଦ ରେ ଶୁଣୁଥିଲେ l ଶେଷରେ ପିଲାମାନେ ଦୀପ ଲଗେଇ ବାଣ ଫୁଟାଇବା ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଲୋକେ ଏବଂ ସମସ୍ତ ଅବିବାହାକ ଓ ବୁଦ୍ଧିଜୀବି ଏହାକୁ ବହୁତ ପ୍ରଶଂସା କରୁଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ