ମହାନ ସଂଘ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯକ୍ରମ ଆରମ୍ଭ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟର ଅଗ୍ରଣୀ ସୁନାମ ଧନ୍ୟ ସଂଗଠନ ମହାନ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଶୀତ ବସ୍ତ୍ର , ବସ୍ତ୍ର, ପୁରୁଣା ନୂଆଁ ଲୁଗା ବିତରଣ କାର୍ଯ୍ୟକ୍ରମ ମଧ୍ୟ ରାତ୍ର ରୁ ଆରମ୍ଭ କରାଯାଇ ସହର ରେଲ ଷ୍ଟେସନ ଓ ପୁରୁଣା ବସ ଷ୍ଟାଣ୍ଡ ଠାରେ ନିରାଶ୍ରୟ ଓ ବୟସ୍କ ରିକସା ଚାଳକ ମାନଙ୍କୁ କମ୍ୱଲା ଓ ଚଦର୍ ବଣ୍ଟନ କରାଯାଇଥିଲା। ଦୀର୍ଘ ପନ୍ଦର ଦିନ ଧରି ଏହି କାର୍ଯ୍ୟକ୍ରମ ସହର , ଗ୍ରାମାଞ୍ଚଳ ଓ ନିକଟସ୍ତ ଆଦିବାସି ଗ୍ରାମ ରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି।ଦୀର୍ଘ ତିରିଶି ବର୍ଷ ରୁ ଉର୍ଦ୍ଧ ଧରି ମହାନ ସଙ୍ଘ୍ ସୀତା ବସ୍ତ, ଜ।କେଟ, ନୂଆ ପୁରୁଣା ସମସ୍ତ ବର୍ଗ ର ପୋଷାକ ବଣ୍ଟନ କରି ଆସୁଛି।ଗତକାଲି ରାତିରେ ଶ୍ରୀ ସାବତ ଙ୍କ ସହ ବରିଷ୍ଟ ସଦସ୍ୟ ଶ୍ରୀ ସିମ।ଞ୍ଚଲ୍ ପାଣିଗ୍ରାହୀ, ଶ୍ରୀକାନ୍ତ ଚନ୍ଦ୍ର ସାବତ, କାଶୀନାଥ ଗୌଡ଼, ଶିଶୁ ସମାଜସେବୀ ସଂକଳ୍ପ ପଞ୍ଚମ ଶ୍ରେଣୀ ଛାତ୍ରୀ ଜୟଶ୍ରୀ ସାବତ ପ୍ରମୁଖ ସହୋଯୋଗା କରିଥିଲେ।