ସଟଡାଉନ ଆଳରେ ପ୍ରଶାସନର ଜୁଲୁମ : ଫାଇନ ଆଦାୟକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଆଜି କଂଗ୍ରେସ ଦଳ ତରଫରୁ ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଓ ଦେବୀ ବିଷୋୟୀ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଭଞ୍ଜନଗରରେ ସରକାରୀ ଦଳର ଗୁଣ ରାଜ ଏବଂ ସରକାରୀ ଅଫିସର ମାନେ ସାଧାରଣ ଲୋକଙ୍କ ଠାରୁ ମନଇଚ୍ଛା ସଟଡାଉନ ଆଳରେ ଫାଇନ ଆଦାୟ କରୁଛନ୍ତି । ଯଦି ଏହା ବନ୍ଦ ନ ହୁଏ ତେବେ କଂଗ୍ରେସ ଦଳ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ