ଦୁଇ ହଜାର ବଦଳରେ ହଜାରେ ଟଙ୍କା ପ୍ରଦାନ ଯୋଗୁଁ ପ୍ରବାସୀ ଅସନ୍ତୋଷ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ସହ ସଂଘରୋଧରେ ରଖୁଛନ୍ତି । ସଂଘରୋଧ ଅବଧି ସାରିବା ପରେ ୧୪ ଦିନିଆ ହୋମ କ୍ଵାରେଣ୍ଟ।ଇନରେ ସୁଚାରୁ ରୂପେ ରହିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୦ ଟଙ୍କା ପ୍ରବାସୀ ଓଡ଼ିଆଙ୍କୁ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ହେଲେ ଦୁଇ ହଜାର ବଦଳରେ ହଜାରେ ଟଙ୍କା ପ୍ରଦାନ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଖବର ଆସୁଥିବା ବେଳେ ଆଜି ମଧ୍ୟ ସେମିତି ଏକ ଖବର ଆସିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଞ୍ଚାୟତରୁ । ଏହି ପଞ୍ଚାୟତର ବିଭିନ୍ନ ପ୍ରବାସୀ ଓଡ଼ିଆମାନେ ସଂଘରୋଧ କେନ୍ଦ୍ର ଅବଧି ସାରି ୧୪ ଦିନିଆ ହୋମ କ୍ଵାରେଣ୍ଟ।ଇନ ଅବଧି ମଧ୍ୟ ସାରିଛନ୍ତି । ହେଲେ କିଛି ପ୍ରବାସୀଙ୍କୁ ୧୦୦୦ ଟଙ୍କା ମିଳିଥିବା ବେଳେ ଅନ୍ୟ କିଛି ପ୍ରବାସୀଙ୍କୁ ଏହା ମିଳିନାହିଁ । ଫଳରେ ଏ ନେଇ ପ୍ରବାସୀ ମାନେ ୨ହଜାର ବଦଳରେ ହଜାରେ ଟଙ୍କା ମିଳିବା ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏ ନେଇ ବିଡ଼ିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଟଙ୍କା ବ୍ଳକକୁ ଆସିଛି । ପ୍ରବାସୀମାନେ ୧୪ଦିନିଆ ହୋମ କ୍ଵାରେଣ୍ଟ।ଇନ ଅବଧି ସାରିବା ପରେ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆଗାମୀ ୩/୪ ଦିନ ମଧ୍ୟରେ ପଞ୍ଚାୟତରେ ବାକି ୧୦୦୦ ଟଙ୍କା ପ୍ରଦାନ କରାଯିବ ।

ରିପୋର୍ଟ – ନିଲୁ ବିଷୋୟୀ