ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ଗ୍ରସ୍ତ : ୧୨ ଜଣ ଆହତ…

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗ୍ରାମରେ ଗାନ୍ଧୀ ନାମକ ଏକ ଘରୋଇ ବସ୍ (ନମ୍ବର-ଓଡ଼ି-୧୫-ଏଚ୍-୬୬୮୮)ଦୁର୍ଘଟଣା ଗସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବସଟି ରାୟଗଡାରୁ କଟକ ଯାଉଥିବା ବେଳେ ଅତ୍ୟଧିକ ଗତି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡିଛି । ଯାହାଫଳରେ ଦୁର୍ଘଟଣା ବେଳେ ବସରେ ୩୦ ଜଣ ଯାତ୍ରୀ ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଥିବାର ଦେଖି ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଟିକୁ ଜବତ କରି ତଦନ୍ତ ଚଳାଇଥିବା ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସୂଚନା ଦେଇଛନ୍ତି ।

ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ