ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦରେ କେତେକ ଅନୀୟମିତତା ଅଭିଯୋଗରେ ମଙ୍ଗଳବାର ସ୍ଥାନୀୟ କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୧୩ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ନିର୍ମାଣ ଶ୍ରମିକ ଠିକ୍‌ଭାବେ ଚୟନ ହୋଇନଥିବା, ତୃଟିପୂର୍ଣ୍ଣ ଉଠାଦୋକାନୀ ଚୟନ୍ତ, କରୋନା ସମୟରେ ରନ୍ଧା ଖାଦ୍ୟ ଯୋଗାଣରେ ଅନିୟମିତତା, ରେସନ କାର୍ଡ ଚୟନରେ ଅନିୟମିତତା, ଡିଲର ମାନଙ୍କ ଦ୍ୱାରା ଖାଉଟି ସାମଗ୍ରୀର ବାଟମାରଣା, ସିଇଓଙ୍କ କାର୍ଯ୍ୟ ତଦନ୍ତଭୁକ୍ତ ହେବା, ଜାତୀୟ ଶ୍ରମ ଯୋଜନାରେ ସ୍ୱୟଂ ସହାୟିୀକ ଗୋଷ୍ଠି ଚୟନ ନ କରି କାର୍ଯ୍ୟାଳୟ ସିଧାସଳଖ କାର୍ଯ୍ୟ କରିବା, ବର୍ଷାଦିନ ପୂର୍ବରୁ ଜଳ ନିଷ୍କାସନର ବ୍ୟବସ୍ଥା ହେବା, ହୋଲଡିଂ ଓ ଲାଇନ୍ ଟ୍ୟାକ୍ସ ନିଆଯାଉଥିଲେ ମଧ୍ୟ ଲୋକଙ୍କୁ ସେବା ନ ଯୋଗାଇବା, ବୁଲା ଗାଇଗୋରୁ, କୁକୁରଙ୍କୁ ଖାଦ୍ୟା ଯୋଗାଣରେ ଅନୁକମ୍ପା ପ୍ରଦର୍ଶନ, ନିରପେକ୍ଷ ଭାବେ ଅମ୍ପାନ କ୍ଷୟକ୍ଷତି ଆକଳନ କରିବା, ସବୁ ବର୍ଗର ଗରିବ ଲୋକଙ୍କୁ ଋଣ ଛାଡ କରିବା ଦାବିରେ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସଫେଇ କାର୍ଯ୍ୟରେ ପ୍ରତିମାସକୁ ୧୭ଟି ୱାର୍ଡପାଇଁ ୮ଲକ୍ଷ ୭୭ହଜାର ଟଙ୍କା ବିନିଯୋଗ ହେବାରେ ବ୍ୟାପକ ଦୁର୍ନିତି ହୋଇଥିବାର ଅଭିଯୋଗ ବିଭିନ୍ନ ମହଲରୁ ହେଉଛି । ଏ ସଂପର୍କରେ ମନୋରଂଜନ ଦାସ, କମଳ ଚକ୍ରବର୍ତ୍ତୀ, ଆଶିଷ ଗିରି, ଅରୁଣ ବେଜ, ବନମାଳି ଧଳ, ସୁକୁମାର ରଣା, ସୁବ୍ରତ ବେରାଙ୍କ ନେତୃତ୍ୱରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀମାନେ ପୌର କାର୍ଯ୍ୟାଳୟର କନିଷ୍ଠ ସହାୟକ ନରେନ୍ଦ୍ର କୁମାର ବାରିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା