କୋଭିଦ୍ ସଂକ୍ରମଣ ବେଳେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର : ୮୪ ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ କୋଭିଦ୍ ସମୟରେ ଥାଲାସେମିଆ, ଗର୍ଭଗତି ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ରକ୍ତ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଆଜି ଜଳେଶ୍ୱର ଦେବୀ ଫିଲିଂ ଷ୍ଟେସନରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା । ଏହାକୁ ସମାଜସେବୀ ପ୍ରବୀର କୁମାର ପ୍ରଧାନ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଡା. ମହେଶଚନ୍ଦ୍ର ବିଶ୍ୱାଳ, ଦେବାଶିଷ ଦତ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହାୟତା କରିଥିବା ବେଳେ କମଳଚକ୍ରବର୍ତ୍ତୀ, ପ୍ରଶାନ୍ତ ପ୍ରଧାନ, ସୁବ୍ରତ ରଣା, ସଂଜୟ ମହାନ୍ତି, ମନୋରଂଜନ ଦାସ, ଡ. ଅଜିତ୍ କୁମାର ମହାନ୍ତି, ଆଶିଷ ଗିରି, ସୁକୁମାର ରଣା, ଜୟଦେବ ଦାସ, ରଣଜିତ୍ ପରିଡା, ମଣିଶଂକର ଦେ, ସଂଜୟ ଜେନା, ରାଜିବ ସେଠୀ, ପ୍ରେମାନନ୍ଦ ମଲ୍ଲିକ, ରାଧାଶ୍ୟାମ କର, ହରିଶଂକର ବେହେରା, ଶିବ ଶଂକର ଦାସ, ରାକେଶ ପ୍ରଧାନ, ସମ୍ୟରଂଜନ ପ୍ରଧାନ, ବିନୋଦ ବିହାରି ଦାସ, ସହେଦ ଦିଲଦାର ପ୍ରମୁଖ ପରିଚାଳନା କରିଥିଲେ । ଏଠାରେ ୨୮ୟୁନିଟ୍ ସଂଗୃହୀତ ହୋଇଥିଲା । ସେହିପରି ଶାଳିକୋଠାଠାରେ ଅନ୍ୟଏକ ରଂକ୍ତଦାନ ଶିବିରକୁ ଗଣେଶ ଚନ୍ଦ୍ର ପରିଡା ଉଦ୍‌ଘାଟନ କରିଥିଲେ । କିଶୋର ବିନୋଦ ଯୁବକସଂଘ, ରୋଟାରୀକ୍ଲବ ସୁବର୍ଣ୍ଣରେଖା ରାଇବଣିଆର ଆନୁକୂଲ୍ୟରେ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଡ. ଅଜିତ୍ କୁମାର ମହାନ୍ତି, ସଂପାଦକ ବିଜୟ କୁମାର ଗିରି, ପ୍ରଦୀପ ମହାନ୍ତି, ଜିଟ୍ ଜୟପ୍ରକାଶ ଜେନା, ଗୌରୀଶଂକର ପଣ୍ଡା, ତାରାଶଂକର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅମୃତ ପ୍ରଧାନ, ଶକ୍ତିଦତ୍ତ ଭୂୟାଁ, କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ, ଅଂଶୁମାନ ମହାନ୍ତି, ସୁକୁମାର ରଣା, ଆଶିଷ ଗିରି ପ୍ରମୁଖ ସହାୟତା କରିଥିଲେ । ଏଥିରେ ୨୩ୟୁ ନିଟ୍ ସଂଗୃହିତ ହୋଇଥିଲା । ଚକବିଷ୍ଣୁ-ଭାଦା ସ୍ଥିତ ଏନ୍‌ଏସ୍ ନୋଡାଲ ୟୁପିସ୍କୁଲରେ ଗତ ୧ତାରିଖରେ ଅନୁଷ୍ଠିତ ରକ୍ତଦାନ ଶିବରରେ ୩୩ୟୁନିଟ୍ ସଂଗୃହିତ ହୋଇଥିଲା । ଡ. ପ୍ରଶାନ୍ତ ଦାସ, ରୁଚିକା ଖୁରାନା, ସ୍ୱାଗତିକା ପାଣିଗ୍ରାହୀ, କରୁଣାକର ଜେନା, ସଂମ୍ଭୁନାଥ ପଲେଇ, ମାଖନଲାଲ ବେରା, ସିବାନୀ ସେନ୍‌, ରାଜକିଶୋର ସିଂ, ତୃପ୍ତିଲତା ଭୂୟାଁ, ପ୍ରମେୟ ସେନ୍‌, ହରିହର ଭଂଜ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା