ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ଓଡିଶା ପକ୍ଷରୁ ସ୍ୱାଧୀନତା ଦିବସ ପାଳନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଚାରଣ ଗୋଷ୍ଠି ପକ୍ଷରୁ ସ୍ୱାଧୀନତା ଦିବସ ଚଣ୍ଡିଖୋଲ ସ୍ଥିତ ନୀଳକଣ୍ଠଶ୍ବର ମନ୍ଦିର ପ୍ରାଙ୍ଗଣରେ ମହା ସମାହୋରରେ ଅନୁଷ୍ଠିତ ହୋଇଯାଇଛି । ଚାରଣ ଗୋଷ୍ଠି ଓଡିଶାର ଅଧକ୍ଷ ଉଦୟ ନାଥ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ପ୍ରଭୁନାଥ ଶର୍ମା, ମୁଖ୍ୟବକ୍ତା ଭାବେ ସାଧନାର ସ୍ୱରୂପର ସମ୍ପାଦକ ପଣ୍ଡିତ ଦେଵବ୍ରତ ଦେଵତା ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିବା ସହ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରେଶ ଚନ୍ଦ୍ର ଖଣ୍ଡାଇ, ସାମ୍ବାଦିକ ଅନନ୍ତ ସ୍ୱାଇଁ, ପଣ୍ଡିତ ରଶ୍ମିରଞ୍ଜନ କର ପ୍ରଭୁତି ଯୋଗ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲାମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା, ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ରିପୋର୍ଟ : ଅମୃତ କୁମାର ନନ୍ଦ