ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତା ଦିବସ ଅବସରରେ ସ୍ୱାଧିନତା ସଂଗ୍ରାମୀଙ୍କ କଥା ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ସିନେମାଟି ନିର୍ମାଣ ହୋଇଛି ବୋଲି ସିନେମାଟି ଅତ୍ୟନ୍ତ ଉଚ୍ଚକୋଟିର ଓ ଦର୍ଶକ ଏକ ଭଲ କାହାଣୀ ଦେଖିବାକୁ ପାଇବେ ବୋଲି ସିନେମାର ଷ୍ଟାରକାଷ୍ଟ ମତବ୍ୟକ୍ତ କରିଛନ୍ତି । ବ୍ରିଟିଶ ବିରୁଦ୍ଧରେ ସ୍ୱର ଉଠାଇବା ସହ ଲଢେଇ କରି ଶହୀଦ ହୋଇଥିଲେ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ । ସିନେମା ‘ମହର୍ଷୀ’ରେ ସମ୍ପୁର୍ଣ୍ଣ ରୂପେ ସେହି କାହାଣୀକୁ ଉପସ୍ଥାପନା କରାଯାଇଛି । ଦର୍ଶକ ଏହାକୁ ଦେଖି ଇତିହାସ ସମ୍ପର୍କରେ ଜାଣିବା ସହ ମାଟି ପାଇଁ ପ୍ରାଣବଳୀ ଦେଇଥିବା ସ୍ୱାଧିନତା ସଂଗ୍ରାମୀଙ୍କୁ ମନେ ପକାଇବେ । ଏହି ସିନେମାଟି ଯୁବକଙ୍କ ମନରେ ନୂଆ ଉତ୍ସାହ ଭରିଦେବା ସହ ଦେଶପ୍ରେମକୁ ଜାଗ୍ରତ କରିବ । ଏଥିସହ ଓଲିଉଡରେ ନିଚ୍ଛକ ଓ ସତ୍ୟ କାହାଣୀର ଆବଶ୍ୟକତା ରହିଛି ଯାହାକୁ ଦର୍ଶକେ ଖୁବ ପସନ୍ଦ କରିବେ ବୋଲି ସିନେମାର ନାୟକ ଚନ୍ଦନ କର କହିଛନ୍ତି ।

ରିପୋର୍ଟ : ଅମୃତ କୁମାର ନନ୍ଦ