ଶ୍ରମିକ-କର୍ମଚାରୀଙ୍କ ଅଧିକାର ହେଉ ସୁରକ୍ଷିତ : ଭାରତ ବନ୍ଦ ଲାଗି ଟ୍ରେଡ୍ ୟୁନିୟନର କନଭେନସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ଶ୍ରମିକ ଓ କର୍ମଚାରୀମାନେ ପାଇଥିବା ଧର୍ମଘଟ କରିବା ଅଧିକାର, ସର୍ବନିମ୍ନ ଆଇନ୍, ଟ୍ରେଡ୍ ୟୁନିୟନ ଗଠନ କରିବାର ଅଧିକାର, ବେତନ ସଂଶୋଧନ, ସ୍ଥାୟୀ ନିଯୁକ୍ତିର ଅଧିକାର, ଆଉଟ୍ ସୋର୍ସ ଓ ଠିକାନିଯୁକ୍ତି ରଦ୍ଦ ଲାଗି ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । କେତେକ କର୍ପୋରେଡମାନଙ୍କ ବ୍ୟବସାୟକୁ ସହଜ ଓ ଅଧିକ ଲାଭବାନ୍ କରାଇବା ସହିତ ଦେଶର ରାଷ୍ଟ୍ରାୟତ ସଂପଦର, ବିମାନ ବନ୍ଦର, ରେଳବାଇ, ତୈଳନିଗମ, ଇସ୍ପାତ ଓ କୋଇଲା ପ୍ରଭୃତିର ଘରୋଇକରଣ କରିବାର ଅପଚେଷ୍ଟା ଚଳାଇ ଆସିଛନ୍ତି । ଫଳରେ ଆମ୍ବାନୀ , ଆଦାନୀ ଭଳି କର୍ପୋରେଟ ସ୍ୱାର୍ଥରେ ସରକାରୀ କାର୍ଯ୍ୟ ହେଉଥିବାରୁ ଦେଶର ସମ୍ବିଧାନ, ଗଣତାନ୍ତ୍ରିକ ରାଜନିତୀ ଓ ସାମ୍ବିଧାନିକ ସଂସ୍ଥାଗୁଡିକୁ ଧ୍ୱଂସ କରି ଦେଉଛନ୍ତି । ଏବେ କେନ୍ଦ୍ର ସରକାର ସିଏଏ, ଏନ୍ଆର୍ସି, ଏନ୍ଆର୍ପି ପ୍ରଭୃତି ଦ୍ୱାରା ଧର୍ମଭିତ୍ତିରେ ବିଭାଜନ ସୃଷ୍ଟି କରିବା ଚେଷ୍ଟା ଚଳାଇଛନ୍ତି ବୋଲି ଆଜି ବିଭିନ୍ନ ଟ୍ରେଡ୍ ୟୁନିୟନ ଶାଖା ପକ୍ଷରୁ ଜଳେଶ୍ୱର ଭଂଜବିହାରରେ ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନୂଆବର୍ଷ ଜାନୁଆରୀ ୮ତାରିଖରେ ୨୪ଘଣ୍ଟିଆ ସାଧାରଣ ଧର୍ମଘଟକୁ ଏହି କନଭେନସନରେ ସମର୍ଥନ କରାଯାଇଛି । ଫଳରେ ଟେନ୍, ପ୍ଲେନ୍, କୋର୍ଟ, କଚେରୀ, ଅଫିସ୍, ଦୋକାନବଜାର, ବସ୍, ଟ୍ରକ, ଅଟୋ ବନ୍ଦ ରଖି ଧର୍ମଘଟକୁ ସଫଳ କରିବାପାଇଁ ଆଜି ଆହ୍ୱାନ ଦିଆଯାଇଛି । କନଭେନସନରେ ସମନ୍ୱୟ ସମିତିର ସଂପାଦକ ଦିଲ୍ଲିପ ଗିରି ସଭାପତିତ୍ୱ କରିଥିଲେ । ଏଥିରେ ଅଜିତ୍ ଦାସ, ସୀକାଂଶୁ ସେନାପତି, ସେଖ ରିଆଜ୍, ଜିତାଂଶୁ ନନ୍ଦି, ପ୍ରଶାନ୍ତ ମହାନ୍ତି, ଦିପ୍ତିମାନ ଆଚାର୍ଯ୍ୟ, କମଳ ଚକ୍ରବର୍ତ୍ତୀ, ଲଳିତ ସେନାପତି, ଗଣେଶ ପାତ୍ର, ପଲ୍ଟୁ ଦାସ, ସୁଧିର ମହାନ୍ତି, ପ୍ରଦୀପ ପାତ୍ର, ସେକ୍ନଜିମୁଦ୍ଦିନ, ଦିଲ୍ଲିପ ପରିଡା, ରବିନ୍ଦ୍ର ବାରିକ, ବନଜା ଦାସ, ପ୍ରଫୁଲ୍ଲ ମହାନ୍ତି, କୁମୁଦ ଜେନା, ଆରତୀ ପଲାଇ, ସବିତା ଭୂୟାଁ, ସୁନିଲ ନାୟକ, ଶିବଶଂକର ଚାଟାର୍ଜୀ, ଦେବିଦାସ ଗିରି, କଳ୍ପନା ସେଠୀ, ଚାରୁଲତା ଜେନା, ଜୀବନ ପରିଡା, ସେକ୍ ନଜରୁଦିନ, ରତନ ଦାସ, ଗଣେଶ ଭୂୟାଁ, ରାମଚନ୍ଦ୍ର ଦେ, ମନୋରଂଜନ ଦାସ ପ୍ରମୁଖ କେତେକ ଟ୍ରେଡ୍ ୟୁନିୟନ ଓ ସଂଘର ନେତୃବୃନ୍ଦ ବକ୍ତବ୍ୟ ରଖି ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା