ବିଜେପି ପକ୍ଷରୁ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଦାବିପତ୍ର ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରଠାରେ ଜନୈକ ମହିଳା ସାମ୍ବାଦିକାକୁ ଦୁର୍ବବ୍ୟହାର ଓ ଆକ୍ରମଣ ପ୍ରତିବାଦରେ ଆଜି ସଂଧ୍ୟାରେ ବିଜେପି ପକ୍ଷରୁ ଓଡିଶା ପୋଲିସ ଡିଜିପିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜଳେଶ୍ୱର ଥାନା ଆଇଆଇସିଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଫାଲଗୁନୀ ପାଣିଗ୍ରାହୀ, ସମୀର କୁମାର ପାତ୍ର, ଅନନ୍ତ କୁମାର ଦାସ, ତପନ କୁମାର ବିଶ୍ୱାଳ, ସୁବ୍ରତ କୁମାର ଘୋଷ, ଅଂଜନ କୁମାର ଦାସ, ରାମକୃଷ୍ଣ ସାହୁ, ସେକ୍ ସୁଲତାନ, ସେକ୍ ଆମାନୀ ପ୍ରମୁଖ ଦଳୀୟ ନେତୃବୃନ୍ଦ ଯଥାଶୀଘ୍ର ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିବା ପାଇଁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା