ମା’ ସରସ୍ୱତୀ ବିଦ୍ୟା ମନ୍ଦିରର ଦ୍ୱାବିଂଶ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡାଇମଣ୍ଡ ଟ୍ୟାଙ୍କ ରୋଡ଼ ଓ ଶିବାନନ୍ଦ ନଗରସ୍ଥ ମା’ ସରସ୍ୱତୀ ବିଦ୍ୟା ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ପି. ଶଙ୍କର ନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ. ପ୍ରଭାତୀ କୁମାରୀ ମହାପାତ୍ର ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ମାତୃ, ପିତୃ ଓ ଶିକ୍ଷକ ମଣ୍ଡଳୀଙ୍କ ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟା ମନ୍ଦିର ପରିଚାଳନା ସଭାପତି ଡ଼ଃ. ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ଯଜ୍ଞ ନାରାୟଣ ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁଦର୍ଶନ ଦାଶ ସ୍ୱାଗତ ଭାଷଣ ଓ ପ୍ରଧାନ ଆଚାର୍ଯ୍ୟା ମମତା କୁମାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବନ୍ଦନା ମହାନ୍ତି, ତନୁଜ ଚୌଧୁରୀ ଓ ବଳରାମ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । ଏହି ସମାରୋହରେ ଶିଶୁମାନଙ୍କ ପ୍ରଦର୍ଶିତ ସାଂସ୍କୃତିକ ବିଚିତ୍ରା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ବିଶାଳ ଜନସମାବେଶକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରଦ୍ଧାଳୁ ଅଭିଭାବକଙ୍କ ପୂର୍ଣ୍ଣ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଥିଲା ବୋଲି ବିଦ୍ୟାଳୟର ପକ୍ଷରୁ ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା