ଶୁଭ ସକାଳର ବାର୍ତ୍ତା ଟି …

ଶୁଭ ସକାଳର ବାର୍ତ୍ତା ଟି ନିଜ ମାତୃ ଭାଷା ଉନ୍ନତିଟି କର
ଜ୍ଞାନ ଉଦୟ ହୋଇବ,

ଅନ୍ୟ ଭାଷାଟିକୁ ଶିକ୍ଷା କରିବାରେ ସହାୟ ତୁମକୁ ହେବ ।

ମାତୃ ଭୂମି ମାତୃ ଭାଷାର ମମତା ଜାଗି ଉଠୁ ସର୍ବ ମନେ,
କାଳ ଜୟୀ ହେବ ଓଡିଆ ଭାଷା ଟି ସର୍ବେ ରଖିଥିବା ମନେ ।

ସ୍ନେହ ,ପ୍ରେମ ଆଉ ଶ୍ରଦ୍ଧା ଭାବ ରଖି ସପଥଟି ନେଇଯିବା,
ଭାଷାର ପ୍ରଚାର ପ୍ରସାର ପାଇଁକି ଜୀବନ ବାଜି ଲାଗିବା ।

ଯେତେ କାର୍ଯ୍ୟ ତୁମେ କରୁଛ ଜୀବନେ ଭାଷାଟିକୁ ସ୍ଥାନ ଦିଅ,
ଭାଷା ଜରିଆରେ ନିମନ୍ତ୍ରଣ କରି ଅତିଥିଙ୍କୁ ବି ଜଣାଅ ।

ହେଉ ଅବା ଘର ହେଉ ଅନୁଷ୍ଠାନ ଭାଷାକୁ ଅତିଥି କର,
ଦେବସ୍ଥାନଟିଏ ପାଇଗଲେସିଏ ଉନ୍ନତି ହେବ ଭାଷାର ।

ବାନର ସେନା ଯେ ସାଜିଯାଆ ସର୍ବେ ଭାଷା ସ୍ବାଧୀନତା ପାଇଁ,
ଇଂରାଜୀ ଭାଷା ଛାଡି ପଳେଇବ ଆମରି ଭାରତ ଭୂଇଁ।

ଘର ପରିବାର, ଗାଆଁ ଓ ସମାଜେ ଭାଷାକୁ ଗୁରୁତ୍ୱ ଦିଅ,
କଥାବାର୍ତ୍ତା ଯେବେ କରୁଅଛତୁମେ କେବଳ ଓଡ଼ିଆ କୁହ ।

ସଭିଏଁ ସଜାଗ ହୋଇଯିବାଯେବେ ଭାଷାର ପ୍ରସାର ହେବ,
ବାସନା ଆମର ମହକି ଉଠିବ କାଳଜୟୀ ସେ ହୋଇବ ।

ଲେଖକ : ସରିତା ମହାନ୍ତି,ଶିକ୍ଷୟିତ୍ରୀ,ବାଳିଆପାଳ,ବାଲେଶ୍ୱର

ସମୟ ସବୁ କରାଏ

ଆଜିର ଶିଶୁ କାଲିର ଭବିଷ୍ୟତ
ବିକାଶ ଟି ତାର ଲୋଡ଼ା,
ବୌଦ୍ଧିକ ଶକ୍ତିର ବିକାଶ ଆଣିଲେ
ଚଢ଼ିବେ ସେମାନେ ଘୋଡା ।

ଗଣତନ୍ତ୍ର ଆମ ସଫଳ ନିମନ୍ତେ
ଶିକ୍ଷା ପ୍ରସାର କରିବା,
ସୃଜନଶୀଳତା ଆବଶ୍ୟକ ପାଇଁ
ଶିକ୍ଷାର ମାନ ଗଢିବା ।

ସରକାରଙ୍କର ଶତ ପ୍ରଚେଷ୍ଟା ବି
ସଫଳ ହୋଇପାରୁନି,
ବିଦ୍ୟାଳୟେ ଆଜି ଉପସ୍ଥାନ କମେ
ସଚେତନ କେ ହେଉନି ।

ସମସ୍ତ ଦିଗରେ ବିକାଶ ହେଉଛି
ଆଖି ଆଗେ ଦେଖୁଅଛୁ,
ଠାଏ ଠାଏ ଆଜି ଖୋଲି ବିଦ୍ୟାଳୟ
ଶିକ୍ଷା ମାନ ବଢ଼ାଉଛୁ ।

ଦୀପର ତଳଟି ଅନ୍ଧାର ଯେପରି
ଅନ୍ଧାରରେ ରହୁଛନ୍ତି,
ଶିକ୍ଷାର ବିକାଶ ବଢୁ ଅଛି ଭାବି
ଆନନ୍ଦରେ ଭାବୁଛନ୍ତି ।

ଘରୋଇ ଶିକ୍ଷାର ପ୍ରଚାର ପ୍ରଚେଷ୍ଟା
ବଢି ବଢି ଚାଲୁଅଛି,
ସରକାରୀ ଘରେ ତାଲା ଝୁଲିବାକୁ
ବାଟ ବି ଫିଟିଯାଉଛି ।

ଦାଣ୍ଡଦ୍ୱାରେ ବିଦ୍ୟାଳୟ ରହିଅଛି
ଆକୃଷ୍ଟ ହେଉନାହାନ୍ତି,
ଇଂରାଜୀ ଶିକ୍ଷାକୁ ଆପଣେଇବାକୁ
ବାପା ମାଆ ଭାବୁଛନ୍ତି ।

ଦାୟି ଏଠି କିଏ କାହାକୁ କରିବ
ସମୟ ସବୁ କରୁଛି,
ପାଞ୍ଚଟି ଶ୍ରେଣୀରେ ଜଣେ ଶିକ୍ଷକରେ
କାମ ସେ ଚଳାଉ ଅଛି ।

ନିତି ନିୟମକୁ ପାଥେୟ କରିବ
କରିବ ଟ୍ରାକ ପୁରଣ,
ଖାଦ୍ୟ ସରଞ୍ଜାମ ଯୋଗାଡି ନଦେଲେ
ଦର୍ଶାଇବ ସେ କାରଣ ।

ଶ୍ରେଣୀ ଅନୁପାତେ ଶିକ୍ଷକ ରହିଲେ
ଶିକ୍ଷାର ମାନ ବଢ଼ନ୍ତା,
ଗୁଣାତ୍ମକଶିକ୍ଷା ପାଇବି ପାରନ୍ତେ
ବଢନ୍ତାନି ଆଉ ଚିନ୍ତା ।

ମାନସିକ ଯଦି ବଦଳିବ ନାହିଁ
ଭବିଷ୍ୟ ହେବ ଅନ୍ଧାର,
ସର୍ବ ସାଧାରଣ ସଚେତନ ହେଲେ
ଶିକ୍ଷାର ହେବ ପ୍ରସାର ।
ଲେଖକ : ସରିତା ମହାନ୍ତି,ଶିକ୍ଷୟିତ୍ରୀ,ବାଳିଆପାଳ,ବାଲେଶ୍ୱର.