ଆସନ୍ତା ୧୫ରୁ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ରାୟଗଡା (ସମୃଦ୍ଧ ଓଡ଼ିଶା) ଅଙ୍ଗନବାଡି କର୍ମୀଙ୍କ ୧୩ଦଫା ଦାବି ସମ୍ପର୍କରେ ବର୍ଷବର୍ଷ ଧରି ଅବଗତ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଲେଡିଜ ୱାକର୍ସ ଆସୋସିଏସନର ଡାକରା ପ୍ରକାରେ ରାୟଗଡା ସଙ୍ଘ ଉପରୋକ୍ତ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ନେଇ ବିଧିବଦ୍ଧ ଭାବେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ସରକାରଙ୍କୁ ଚେତାଇବା ପାଇଁ ଅଲ ଓଡିଶା ଲେଡିଜ ୱାର୍କସ ଆସୋସିଏସନ ଏକ ବୈଠକରେ ଏହା ସ୍ଥିର କରିଛି । ସମସ୍ତ ଅଙ୍ଗନବାଡି, ମିନି ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନେ ସରକାରଙ୍କ ଉପରେ ଚାପ ପକାଇବା ପଇଁ ୧୪ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ଜଣାପଡିଛି । ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ନ ଦେଲେ ୧୫ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଆନ୍ଦୋଳନ ସମୟରେ କୌଣସି ରିପୋଟ ପ୍ରଦାନ ପାଇଁ ବାଧ୍ୟ କରାଗଲେ ତତକ୍ଷଣାତ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଲିଖିତ ପତ୍ରରେ କୁହାଯାଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ