ଶିଶୁ ବିଦ୍ୟା ମନ୍ଦିରରେ ଖେଳକୁଦ ସମାରୋହ ଅନୁଷ୍ଠିତ

ନିଆଳୀ(ସମୃଦ୍ଧ ଓଡିଶା) କସର୍ଦା ବଢିଆସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୪ତମବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି.ବିଦ୍ୟାଳୟର ପ୍ରଧାନଗୁରୁଜୀ ଶ୍ରୀଯୁକ୍ତ ଶକ୍ତି ପ୍ରକାଶ ଦାସଙ୍କ ଉପସ୍ଥିତିରେ ଉଦଘାଟନୀ ଦିବସରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ବାରିକ ମୂଖ୍ୟଅତୀଥି ରୂପେ ଯୋଗଦେଇ ଏହିକାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.ଶାରିରୀକ ପ୍ରମୂଖ ସୁବ୍ରତ ମହାପାତ୍ର ଓ ଖେଳକୁଦ ପ୍ରମୁଖ ଶ୍ରୀ ଶ୍ରିକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ୭୭୬ଜଣ ଶିଶୁଭାଇ ଭଉଣି ସ୍ୱତନ୍ତ୍ର,କନିଷ୍ଠ,ଶିଶୁ,ବାଲ,କିଶୋର ଆଦି ବର୍ଗରେ ବିଭିନ୍ନ କ୍ରିଡାରେ ଅଂଶଗ୍ରହଣ କରିଥିଲେ.ଉଦଯାପନ ଦିବସରେ ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ମିଶ୍ର ଯୋଗଦାନକରି କୃତି କ୍ରିଡାବିତମାନଙ୍କୁ ପୁରସ୍କୃତ କରିଥିଲେ.ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ମାତୃଭାରତୀର ସମସ୍ତ ଭାଇମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ.

ରିପୋର୍ଟ : ରଜତ କୁମାର ମହାପାତ୍ର