୪୧ତମ ଖଣି ସୁରକ୍ଷା ସପ୍ତାହ ପାଳିତ

କୋଇଡା(ସମୃଦ୍ଧଓଡିଶା)କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଧାନବାଦ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଅଧିନ ଭୁବନେଶ୍ବର ଧାତବ ଖଣି ସମୂହ ଜୋନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଂଚଳ ମାଲଦା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍.ଜି.ଏମ୍. ମିନେରାଲସ୍ ଲିମିଟେଡ୍‌ର ପଟ୍ଟାବେଡ଼ା ଲୌହ ଖଣିରେ ୧୬.୧୨.୨୦୨୩ ରିଖ ଶନିବାର ଦିନ ୪୧ତମ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଖଣି ମୂଖ୍ୟ ପ୍ରବନ୍ଧକ ହିମାଂଶୁ ଶେଖର ପଟ୍ଟନାୟକ ଉକ୍ତ ଅବସରରେ ପତାକା ଉତୋଳନ କରିବା ସହ ଉପସ୍ଥିତ କର୍ମଚାରୀମାନଙ୍କୁ ଖଣି ନିୟମ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ। ଖଣି ପରିଦର୍ଶନମଣ୍ଡଳୀ ମୂଖ୍ୟ ମନୋଜ କୁମାର (ଖଣ୍ଡବନ୍ଧ ଲୌହ ଖଣି)ଙ୍କ ନେତୃତ୍ବରେ ଖଣି ପରିଦର୍ଶନ କରିବା ସହ ସୁରକ୍ଷା ସଚେତନତା କାର୍ଯ୍ୟର ମୂଲ୍ୟାୟନ କରାଯାଇଥିଲା । ସନ୍ଧ୍ୟାରେ ଖଣି ସୁରକ୍ଷା ପାଳନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଖଣିର ମୂଖ୍ୟ ପ୍ରବନ୍ଧକ ହିମାଂଶୁ ଶେଖର ପଟ୍ଟନାୟକ, ଖଣି ଉପ-ମୂଖ୍ୟ ପ୍ରବନ୍ଧକ ଚର୍ତୁଭୂଜ ସାହୁ ଓ ଅନ୍ୟାନ ବରିଷ୍ଠ ଅଧିକାରୀ ତଥା କର୍ମଚାରୀଙ୍କ ସହିତ ଖଣି ପରିଦର୍ଶନମଣ୍ଡଳୀ ମୂଖ୍ୟ ମନୋଜ କୁମାର (ଖଣ୍ଡବନ୍ଧ ଲୌହ ଖଣି)ଙ୍କ ସହ ଅନ୍ୟ ପରିଦର୍ଶନକାରୀ ସଦସ୍ୟ ଜନ୍ମଜୟ ମହାନ୍ତ (ସିଲିଜୋଡ଼ା କାଳିମାଟି ଲୌହ ଓ ମାଙ୍ଗାନିଜ୍ ଖଣି), ଅଭିଶେକ ହୋତା (ଗଣୁଆଁ ଲୌହ ଖଣି), ବିନୋଦ କୁମାର ସାହୁ ପ୍ରମୁଖ ରହିଥିଲେ l

ରିପୋର୍ଟ : ରଜତ ମହାପାତ୍ର