ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ମାଗଣା ଚିକିତ୍ସା ଶିବିର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିଅମ ଠାରେ ଗଜପତି ଉତ୍ସବରେ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫିତା କାଟି ଶୁଭ ଉଦଘାଟନ କରିଥିଲେ। ପରେ ଭୁବନେଶ୍ୱରରୁ ଆସିଥିବା ହାଇଟେକ ମେଡିକାଲର ୧୧ ଜଣିଆ ଡାକ୍ତର ଟିମ ଗଜପତିର ଲୋକଙ୍କ ଚିକିତ୍ସା କରିଥିଲେ। ମୁଖ୍ୟତଃ ସୁଗାର, ବିପି, ଅନ୍ୟାନ୍ୟ ରୋଗର ପରୀକ୍ଷା କରି ମେଡ଼ିସିନ ଦିଆଯାଇଥିଲେ। ଏହି ଚିକିତ୍ସା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସ୍ମୁତିରଞ୍ଜନ ପ୍ରଧାନ,ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ହାଇଟେକ ମେଡିକାଲ ନିର୍ଦେଶକ ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ । ହାଇଟେକ ଗ୍ରୁପର ନିର୍ଦେଶକ ତଥା ଯୁବ ନେତା ଇଂଗିନିଅର ରୁପେଶ ପାଣିଗ୍ରାହୀ ପ୍ରତିଶୃତି ଦେଇ କହିଛନ୍ତି ଯେ ପ୍ରତିବର୍ଷ ଅନୁଷ୍ଠିତ ଗଜପତି ଉତ୍ସବରେ ହାଇଟେକ ମେଡିକାଲ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ସଙ୍ଗଠିତ କରିବା ସହ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଓ ଗ୍ରାମାଞ୍ଚଳରେ ଏମିତି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଙ୍ଗଠିତ କରାଯାଇ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ସୁବିଧା ଯୋଗାଇ ଦିଆଯିବ । ଏହାଦ୍ୱାର ବହୁ ଜନସାଧାରଣ ଓ ଗ୍ରାମାଞ୍ଚଳ ଲୋକ ଉପକୃତ ହୋଇପାରିବେ ବୋଲି ସେ ଦୃଢ ଆଶା ପ୍ରକଟ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା