ଲର୍ଡ଼ ଜଗନ୍ନାଥଙ୍କ ଅଲୌକିକ ଶକ୍ତିର ଉନ୍ମୋଚନ

ଆମ କାଳିଆ ଏକ ଭକ୍ତଙ୍କ ପ୍ରେମୀ ଭକ୍ତ ବତ୍ସଳ ଓ ଜଗତ ସ୍ବାମୀ ଜଗତ ପତି ଜଗତ ନାଥ। ଭକତ ପାଗଳ ଭକତ ପ୍ରେମୀ ନ ହୋଇଥିଲେ କିଏ ବାହା ଘରର ଗଣ୍ଠିଆଳ ଗଣ୍ଠି ନ ଖୋଲୁଣୁ ଘୋଷ ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଉଭା ହୋଇ ନ ଥାନ୍ତେ। ଋକ୍ମିଣୀ ଙ୍କ ସହ ବାହା ଘର ସରୁ ସରୁ ସ୍ନାନ ବେଦୀରେ ସ୍ନାନ କରି ବଡ ଦାଣ୍ଡରେ ଦର୍ଶନ ଦେଲେ ଓ ନିଜେ ଦେଖିନେଲେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଓ ଅଣସରରେ ଜରରେ ପୀଡ଼ିତ ହୋଇ ଏକ ପକ୍ଷ ରହି ରତ୍ନ ମଣ୍ଡପ କୁ ନ ଯାଇ ବଡ ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତି ଆସିଗଲେ ନବଦିନାତ୍ମକ ଘୋଷ ଯାତ୍ରା ରେ।ଏଣେ ଜନ୍ମବେଦୀର ମୋହ ଅନନ୍ୟ ଭକ୍ତ ମାଁ ଗୁଣ୍ଡିଚା ଙ୍କୁ ଦେଇଥିବା ପ୍ରତିଶ୍ରୁତି ବରଷକୁ ଥରେ ଗୁଣ୍ଡିଚା ଯାତ୍ରା ରେ ଗୁଣ୍ଡିଚା ମନ୍ଦିର କୁ ଆସିବା ଓ ମାଉସୀ ମାଁ ଙ୍କୁ ଦେଖିବାକୁ ଓ ହାତ ତିଆରି ପୋଡ ପିଠା ଖାଇବାକୁ।ଏହା ଏକ ଅଲୌକିକ ଶକ୍ତିର ପରିଚାୟକ ହେଉଛି ରଥ ଯାତ୍ରା।ବଡ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆପେ ଆପେ ହୋଇଛି।କିଏ କାହାକୁ ଡାକି ନ ଥାଆନ୍ତି କିନ୍ତୁ କାଳିଆ ସାଆନ୍ତ ଙ୍କ ଡୋରି ଲାଗି ଯାଏଁ।ଏତେ ସଂଖ୍ୟକ ଲୋକଙ୍କ ଆଗମନ ପୁରୀ କୁ ଯେଉଁଠି ରହିବା ଖାଇବାର ସାମାନ୍ୟ ଲୋକ କରିବା ସମ୍ଭବ ନୁହେଁ ସେଠାରେ କାଳିଆ ମହିମାରେ ଜଣେ ବି ଭକ୍ତ କିଛି ବି ଅଭାବ ଅସୁବିଧା ଭୋଗ ନ କରି ନନ୍ଦିଘୋଷ ତାଳଧ୍ବଜ ଏବଂ ଶୁଭଦ୍ରାଙ୍କର ଦେବଦଳନ ରଥରେ ଠାକୁରଙ୍କ ଦର୍ଶନ କରି ଫେରି ପାରୁଛନ୍ତି। ଏହା ଆବାହମାନ କାଳରୁ ଚଳି ଆସିଛି।ଏ ହେଲା କାଳିଆ ଠାକୁର ଙ୍କ ମହିମା ଓ କାଳିଆ ଡୋର।ଦୈବୀ ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିପାରିଥିଲେ ଯେବେ କୋଭିଡ 19 ଶହ ଶହ ଲୋକଙ୍କ ପ୍ରାଣ ନେଇ ଚାଲିଲା ଓ ଭାରତର ଓ ବିଶ୍ବର ଅନେକ ପାର୍ବଣ ବନ୍ଦ ହୋଇଯାଇଥିଲା ଓ ଓଡ଼ିଶା ର ଏକ ନାସ୍ତିକ ବାଦୀ ସୁପ୍ରିମକୋର୍ଟ ରେ ରଥଯାତ୍ରା ବନ୍ଦ କରିଦେବା ପାଇଁ ଆବେଦନ କରିଲେ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା କୁ ବିଧି ଅନୁସାରେ ହିଁ ପାଳନ ନ କରିବାକୁ ରାୟ ଦେଲେ। ୩୦ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବା ଶୁଣି ଆର୍ତ୍ତ ଚିତ୍କାର କରି କେବଳ କାଳିଆ କୁ ଏକ ସ୍ଵରରେ ଡାକିଲେ। ହେଲେ କାଳିଆ ଠାକୁର କେବେ ଭକ୍ତଙ୍କୁ ଛାଡ଼ି ରହି ପାରିବେ ନାହିଁ ଏଣୁ ପୁନର୍ବାର ଜରୁରୀକାଳୀନ ସ୍ଥିତି ରେ ସୁପ୍ରିମକୋର୍ଟ ରେ ପୁନଃ ବିଚାର ଆବେଦନ ଜଗନ୍ନାଥ ପ୍ରେମୀମାନେ ଦାଖଲ କରିଥିଲେ।ଏ ହେଲା ଜଗନ୍ନାଥ ଙ୍କ ଅଲୌକିକ ଶକ୍ତି। ଯଦ୍ୱାରା ପ୍ରଧାନ ବିଚାରପତି ରଥଯାତ୍ରା ବନ୍ଦର ରାୟ ଶୁଣାଇ ଦେଇ ନିଜ ଘର ନାଗପୁର ଚାଲି ଯାଇଥିଲେ। ପୁନଃ ବିଚାର ଆବେଦନ ମାତ୍ର ଦିନେ ଥିଲା। କିନ୍ତୁ ମହାପ୍ରଭୁ କଳାଶ୍ରୀମୁଖ ଙ୍କ ରଥ ନିର୍ମାଣ ରୀତିନୀତି ପରମ୍ପରା ଅନୁଯାୟୀ ଚାଲୁ ରହିଥିଲା କେବଳ ଭକ୍ତଙ୍କ ଦୃଢ ବିଶ୍ବାସ ଯୋଗୁଁ ଯେ ରଥଯାତ୍ରା ବନ୍ଦ ହେବା ପାଇଁ ଠାକୁର ଦେବେ ନାହିଁ। ଏହା ର ଫଳ ସ୍ବରୂପ ପ୍ରଧାନ ବିଚାରପତି ଭାର୍ଚୁୟାଲ ପ୍ଳଟଫର୍ମ ରେ ନାଗପୁରରେ ଥାଇ ପୁନଃ ବିଚାର ଆବେଦନ ଶୁଣାଣି କରି ସୀମିତ ସେବାୟତଙ୍କୁ ନେଇ ରଥଯାତ୍ରା ରୀତିମତ ଭାବରେ ସମାପନ କରିବା ପାଇଁ ରାୟ ଦେଲେ। ରାତି ପାହିଲେ ରଥଯାତ୍ରା ରେ ପହଣ୍ଡି ବିଜେ କରି ସେବକଙ୍କ ଗହଣରେ କାଳିଆ ଟାହିଆ ହଲାଇ ଝୁଲି ଝୁଲି ମତ ହସ୍ତୀ ପରି ବଡ଼ ଦାଣ୍ଡ କୁ ଚାଲି ଆସିଥିଲେ।ଏହା ହିଁ ଜଗନ୍ନାଥଙ୍କ ମହିମା ଓ ଅଦେଖା ଅଜଣା ମହକ।ଆଜି ରଥଯାତ୍ରା ରେ ଶ୍ରୀମନ୍ଦିର ରୁ ବାହାରି ଧାଡି ପହଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ସହ ସୁଦର୍ଶନ ଓ ରାମକୃଷ୍ଣ ତିନି ରଥରେ ବିଜେ କରି ସନାତନ ଧର୍ମ ର ରକ୍ଷକ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର ପୀଠାଧୀଶ ରଥ ଉପରେ ଦର୍ଶନ କରିବା ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ଓ ରଥ ଟଣା ଆରମ୍ଭ ହୋଇଥିଲା। ଗୁଣ୍ଡିଚା ଯାତ୍ରା ର ବିଶେଷତା ଉପରେ ବିଶଦ ଆଲୋଚନା କରିବାକୁ ସୁଯୋଗ ଆସିଛି।ଏହା ପରେ ପରେ ମହାପ୍ରଭୁ କଳାଶ୍ରୀମୁଖ ଙ୍କ ଗୋଟିଏ ପରେ ଗୋଟିଏ ନୀତି କାନ୍ତି ଉପରେ ଆଲୋକପାତ କରିବା।କି ଜନ ସମୁଦ୍ର ମଧ୍ୟରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ବଡ ଦାଣ୍ଡରେ ଭକ୍ତ ଙ୍କ ସହ ଖେଳି ଖେଳାଇ ଯାତ୍ରା କରିଛନ୍ତି ଏହା ହିଁ ଅଲୌକିକ ଶକ୍ତିର ପରିଚାୟକ।ଟାହିଆ ହଲାଇ ଝୁମି ଝୁମି ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରିଲେ ଏହା ହିଁ ଭକ୍ତ ଜନଙ୍କୁ ବିମୋହିତ କରି ଦେଇଛି।

ଉପସ୍ଥାପନା : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ