ହିଞ୍ଜିଳିକାଟୁରେ ରଥ ଯାତ୍ରାର ନୂତନ ଝଲକ …

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ ହେଉଥିବା ବେଳେ ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ବନ୍ଦ ହୋଇଯାଇଥିଲା I କାରୋନା ପରେ ଆଜି ଦ୍ୱିତୀୟ ବର୍ଷ ରଥଯାତ୍ରା ପାଳନ କରାଯାଇଛି I ଏହି ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁହାରି କରିଥାନ୍ତି I ବିଶ୍ୱାସ ମୂଳେ ଜଗତ I ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଭକ୍ତମାନଙ୍କର ମନସ୍କାମନା ପୂରଣ ହେଉଥିବାରୁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ରୁଣ୍ଢ ହୁଅନ୍ତି I ସେଭଳି ଆଜିର ପବିତ୍ର ଦିନରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ରଥ ଟାଣିଥିଲେ I ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ରଥ ଯାତ୍ରା ପରିଚାଳନା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିଲା I ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଉତ୍ତମ ପଦକ୍ଷେପ ନିଆଯାଇଥିଲା I ହିଞ୍ଜିଳିକାଟୁର ସ୍ଥାନୀୟ ଭକ୍ତମାନେ ବିଶେଷ ସହଯୋଗ କରିଥିଲେ l ସ୍ଥାନୀୟ ପ୍ରଶାସନ ସହଯୋଗ କରିଥିବା ବେଳେ ତ୍ରିରଙ୍ଗା ସେବାସଦନ ଓ ହିଞ୍ଜିଳିକାଟୁ ଯୁବପିଢି ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ଉତ୍ତମ ପଦକ୍ଷେପ ନେଇଛନ୍ତି l ହିଞ୍ଜିଳିକାଟୁ ଜଗନ୍ନାଥ ମନ୍ଦିରର ଦଇତାପତି ଶ୍ରୀ ଲିଙ୍ଗରାଜ ସାହୁ ଛେରା ପହଁରା କରିଥିବା ବେଳେ ଯାତ୍ରା କମିଟିର ସଭାପତି ଶ୍ରୀ ଶିବରାମ ପଟ୍ଟନାୟକ ରଥ ଟାଣି ବାକୁ ଅନୁମତି ଦେଇଥିଲେ l ସେହିପରି ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରଭାତ ପରିଡ଼ା, ବିଡିଓ ସୁବ୍ରତ ଜେନା ଏବଂ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ଯ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଓ ହିଞ୍ଜିଳିକାଟୁ ପୋଲିସ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଉପସ୍ଥିତିରେ ରଥ ଟଣା ଆରମ୍ଭ ହୋଇଥଲା l ଭକ୍ତମାନଙ୍କ ଜୟ ଜଗନ୍ନାଥ ଓ ମହିଳା ମାନଙ୍କ ହୁଳ ହୁଳି ନାଦରେ ବଡ ଦାଣ୍ଡ କମ୍ପି ଉଠିଥିଲା l ଶେଷରେ ବିଜେଡି ରାଜ୍ୟ ସଂପାଦକ ଦେବାନନ୍ଦ ମହାପାତ୍ର , ଆସିକା ସାଂସଦଙ୍କ ବ୍ୟକ୍ତିଗତ ସଚିବ ଓ ରାଜ୍ୟ ମୋ ପରିବାର ସଂପାଦକ ନୀଳମଣି ପଟ୍ଟନାୟକ, ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ପଲେଇ, ୱାର୍ଡ ମେମ୍ବର ଶ୍ୟାମଘନ ବେହେରା, ସମାଜ ସେବୀ ବୁଢ଼ା ପଟ୍ଟନାୟକ, କିରଣ ପଟ୍ଟନାୟକ, ପ୍ୟାରୀ ପାଢ଼ୀ,ବୁଢ଼ା ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକଙ୍କ ରିପୋର୍ଟ