ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା : ରଥ ଟଣା ସମ୍ପନ୍ନ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥମନ୍ଦିରରେ ଐତିହାସିକ ଶ୍ରୀଗୁଣ୍ଡିଚା ପର୍ବ ଅବସରରେ ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇ ପ୍ରତିବର୍ଷ ଭଳି ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ସଦୃଶ ଏଠାରେ ରଥଟଣା ସମ୍ପନ୍ନ ହୋଇଛି । ସକାଳ ୯ଘଣ୍ଟାବେଳେ ଶ୍ରୀ ଜୀଉଙ୍କ ପହଣ୍ଡି ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଠାକୁର ରଥାରୂଢ ହୋଇଥିଲେ । ପହଣ୍ଡି ପରେ ରଥ ଉପରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆରତୀ, ବାଳ ଭୋଗ ଓ ଅନ୍ନଭୋଗ ନୈବେଦ୍ୟ ବନ୍ଦାପନା ଲାଗି ହୋଇଛି । ଆପରାହ୍ଣ ତିନିଘଣ୍ଟାରେ ମହାରାଜା ଶ୍ରୀ କୈଳାସ ଚନ୍ଦ୍ର ଦେଓ ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଅପରାହ୍ନ ୪ଘଣ୍ଟାରେ ରଥଟଣା ହୋଇଥିଲା । ରଥଯାତ୍ରା ଶୃଙ୍ଖଳିତ ଭାବେ ସମାହିତ ହୋଇଥିଲା । ଅନ୍ୟପକ୍ଷରେ ଛତ୍ରପୁର ସହରର ସୀତାରାମପଲ୍ଲୀର ଶ୍ରୀଜଗନ୍ନାଥ ମନ୍ଦିର ଓ ମଝିବଜାରର ଦାସିରୀ ଜଗନ୍ନାଥ ମନ୍ଦିର ପ୍ରମୁଖ ତିନୋଟି ମନ୍ଦିରରୁ ତିନିରଥ ଛତ୍ରପୁର ବଡ଼ଦାଣ୍ଡରେ ଗଢ଼ିଥିଲା । ଚଳିତବର୍ଷ ରଥଯାତ୍ରା ଖୁବ ଉତ୍ସବମୁଖର ହୋଇ ଉଠିଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା