ବିଶିଷ୍ଟ ବାମପନ୍ଥୀ ନେତା ସୁଖଲାଲ ଜୟରାମଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ବାମପନ୍ଥୀ ନେତା ଜଳେଶ୍ୱରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସହାୟକ ହୋଇ ଆସୁଥିବା ଏବଂ ଏସିଆର ସର୍ବବୃହତମ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ଜୀଉଙ୍କ ପୀଠସ୍ଥଳୀ ବିକାଶ ଏବଂ ଭୂତଳୁ ଶିବଲିଙ୍ଗକୁ ପୁନଃଉଦ୍ଧାର କରି ଲୋକ ଲୋଚନକୁ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତ ଶୁକ୍ରବାର ଛତିଶ ଗଡର ରାଇପୁର ଠାରେ ତାଙ୍କ ପୁଅଙ୍କ ଠାରେ ଥିବା ବେଳେ ୮୦ବର୍ଷ ବୟସରେ ଦେହାନ୍ତ ହୋଇଥିବାରୁ ଆଜି ଜଳେଶ୍ୱର କାଳୀମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜଣେ ମାନବବାଦୀ ଶ୍ରଦ୍ଧା ଓ ସ୍ନେହି ମଣିଷ, ପରୋପକାରୀ ଏବଂ ବାମବାଦରେ ବିଶ୍ୱାସ ରଖିଥିବା ତ୍ୟାଗି ମଣିଷ ଭାବରେ ଆଜି ଶ୍ରଦ୍ଧାଞ୍ଜଳି ସଭାରେ ବହୁବ୍ୟକ୍ତି ଶୃତିଚାରଣ କରିଥିଲେ । ୧୯୬୮ ମସିହାରେ ଖାଦ୍ୟପାଇଁ ଆନ୍ଦୋଳନ ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଳେଶ୍ୱର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମୀକା ଗ୍ରହଣ କରି ଲୋକପ୍ରିୟ ହୋଇଥିଲେ । ତାକଂ ମୃତ୍ୟୁ ପରେ ଆଜିର ସ୍ମୃତିଚାରଣ ସଭାରେ ସମାଜସେବୀ ବିଷ୍ଣୁପଦ ମହାନ୍ତି ପୌରହିତ୍ୱ କରିଥିଲେ । ଏଥିରେ ସୀତାଂଶୁ ସେନାପତି, କମଳ ଚକ୍ରବର୍ତ୍ତୀ, ଦିଲ୍ଲିପ ଗିରି, ଶିକ୍ଷକ ନେତା ଖଗେନ୍ଦ୍ର ସାହୁ, ଅରୁଣ ବେଜ, ବାଞ୍ଚାନିଧି ମାହାନ୍ତି, ସିଦେ୍ଧଶ୍ୱର ପଣ୍ଡା, ସଦାଶିବ ମହାପାତ୍ର, ଆଇନ୍ଜିବୀ ଜିତାଂଶୁ ନନ୍ଦୀ, ସୁବ୍ରତ ବେରା, ପ୍ରକାଶ ଦେ, ଗିରିଜାଶଂକର ପାଠୀ, ଅଜିତ୍ ମହାନ୍ତି, ରବିନ୍ଦ୍ର ସେନାପତି, ନିତ୍ୟାନନ୍ଦ ଦାସ, ଗଣେଶ ପାତ୍ର, ପ୍ରାଧ୍ୟାପକ ଜୟନ୍ତ ଦାସ, ଗୁନେନ୍ଦ୍ର ସେନାପତି, ଆଲୋକ ଜେନା, ଅବନୀ ଚନ୍ଦ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ତାଙ୍କ ପରିବାରର ଶିରିଶ ଚୌହାନ, ନିଲେଶ ଚୌହାନ ଉପସ୍ଥିତ ରହି ତାଙ୍କ ପାରିବାରିକ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଦିଲ୍ଲିପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା