ରେଳ ଲେଭେଲକ୍ରସିଂ ଭିଡ ମଧ୍ୟରେ ଫସିଲେ ବାଲେଶ୍ୱର ଜିଲାପାଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ବାଲେଶ୍ୱର ଜିଲପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ବୁଧବାର ୧୧ ସମୟରେ ବଡବଜାରରୁ ନୂଆବଜାର ଗଲାବେଳେ ରେଳ ଫାଟକ ନିକଟରେ ପ୍ରବଳ ଭିଡଯୋଗୁଁ ଅଟକିବାକୁ ପହିଥିଲା । ଉଭୟପଟୁ ୩ଟି ଟ୍ରେନ୍ ଗଲାପରେ ଏବଂ ଜିଲାପାଳଙ୍କ ସିକ୍ୟୁରିଟି ଘଟଣାସ୍ଥଳରେ ରହି ଭିଡ ନିୟନ୍ତ୍ରଣ କରିବାରୁ ଜିଲାପାଳ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ପୁଲିସ୍ ରଖାଯାଇ ଯାନାବାହନ ନିୟନ୍ତ୍ରଣ କରାଯିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସାଧାରଣରେ ସମାଲୋଚନା କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା