ରେଡଷ୍ଟାର ଜଗନ୍ନାଥପ୍ରସାଦ ବ୍ଳକ ପକ୍ଷରୁ ୧୮ ଦଫା ଦାବୀ ନେଇ ପ୍ରତିବାଦ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ରେଡଷ୍ଟାର ରାଜ୍ୟ କମିଟି ଆହ୍ବାନରେ ଜନଗଣଙ୍କ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବାସଗୃହ ଅଧିକାର ହାସଲ ପାଇଁ ୧୮ ଦଫା ଦାବୀରେ ୦୧ ସେପ୍ଟେମ୍ବର ୨୦୨୦ରେ ଜଗନ୍ନାଥପ୍ରସାଦ ବ୍ଲକର କାର୍ଯ୍ୟାଳୟ ସମ୍ମୁଖରେ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଓ ବନବାସୀଙ୍କ ଜମି ଏବଂ କାଜୁ ଫସଲକୁ ହଡପ କରିବା, ଆଦିବାସୀଙ୍କ ଦଖଲରେ ଥିବା ଜଙ୍ଗଲ ଜମିରେ ବନ ବିଭାଗ ବଳପୂର୍ବକ ବୃକ୍ଷରୋପଣ କରିବା, ଆଦିବାସୀଙ୍କ ଉପରେ ଥିବା ସମସ୍ତ ମିଥ୍ୟା କେଶ ପ୍ରତ୍ୟାହାର କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଆଦିବାସୀ ଓ ବନବାସୀଙ୍କ ସ୍ୱାର୍ଥରେ କାମ କରିବା, ପରିବେଶର ସୁରକ୍ଷା କରିବା, ଜଗନ୍ନାଥ ପ୍ରସାଦ ମେଡିକାଲ ଓ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି ଏବଂ ବ୍ଲକର ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରି ଭତମ ସ୍ଵାସ୍ଥ୍ୟ ସେବା ଯୋଗାଇବା, ରାଜ୍ୟର ସମସ୍ତ ବାସହୀନଙ୍କୁ ୧ ୨୦୦ ବର୍ଗଫୁଟ ଜମିରେ ଘର ନିର୍ମାଣ କରି ପ୍ରଦାନ କରିବା, ଭୂମିହୀନଙ୍କୁ ଅତିକମରେ ୫ ଏକର ଚାଷଜମି ସୁନିଶ୍ଚିତ ପ୍ରଦାନ କରିବା, ସମସ୍ତ କୃଷକ ବିରୋଧ ଅଧ୍ୟାଦେଶ ଓ ବିଲକୁ ପ୍ରତ୍ୟାହାର କରିବା, ଆଦିବାସୀଙ୍କ ଜମି ଓ ଜଙ୍ଗଲକୁ କମ୍ପାନୀ ସ୍ବାର୍ଥରେ ଟେକି ଦେବାକୁ ବନ୍ଦ କରିବା, ହାପାନୀ ପରି ବହୁ ଜମି ମାଫିଆ ଓ କାଜୁ ଫସଲ ମାଫିଆଙ୍କ ଦୈରାମ୍ୟ କୁ ଦୃଢ଼ ହସ୍ତରେ ଦମନ କରିବା, କରୋନା ମୁକାବିଲାରେ ବିଫଳ ହୋଇଥିବା ସରକାର ସବୁ ପରିବାରକୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ରୋଜଗାର ସହାୟତା ୧୦ ହଜାର ଟଙ୍କା ଏବଂ ମୁଣ୍ଡପିଛା ୧୦ କି.ଗ୍ରା ଚାଉଳ ଅବା ଗହମ, ତେଲ ୧ କେଳି, ଚିନି ୧ ବେକି, ଡାଲି ୧ କେଜି ଆଦି ମାଗଣାରେ ଯୋଗାଇବା ଏବଂ ତାଲାବନ୍ଦ ସମୟର ବିଦ୍ୟୁତ ବିଲ, ପାଣି ବିଲ, ସରକାରୀ ଓ ଘରୋଇ ସ୍କୁଲ-କଲେଜ ଫି ସମ୍ପୁର୍ଣ୍ଣ ଛାଡ଼ କରିବା, ଭଡ଼ାରେ ରହୁଥିବା ସବୁ ପରିବାରଙ୍କ ଘରଭଡ଼ା ସରକାର ପ୍ରଦାନ କରିବା, ଜିଡିପି ଅପେକ୍ଷା ଜୀବନକୁ ପ୍ରାଧାନ୍ୟ ଦେବା ଆଦି ୧୮ ଦଫା ଦାବୀକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ଭାବେ ମତପୋଷଣ କରିଛନ୍ତି । ପ୍ରତିବାଦର ନେତୃତ୍ୱ କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କ ଭୂଲ ନୀତି ଯୋଗୁଁ ବିଦେଶରେ ଥିବା କରୋନା ଆମ ଦେଶରେ ସଂକ୍ରମଣ ହୋଇ ଦେଶର ଅର୍ଥନୀତି, ଜୀବନ ଓ ଜୀବିକାକୁ ଧୂସଂ କରିଦେଲା ୪ ଘଣ୍ଟା ଭିତରେ ଲକଡାଉନ ଘୋଷଣା କରି ଦେଶର କୋଟି କୋଟି ଶ୍ରମଜୀବି, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ, ମଧଦି ଆଦି ସମସ୍ତ ସାଧାରଣ ପରିବାରର ରୋଜଗାରକୁ ଧ୍ୱସଂ କରି ଅନାହାର ଓ ଆର୍ଥିକ ଦୁସ୍ଥିତି ମଧ୍ୟକୁ ଠେଲି ଦେଇଛନ୍ତି । ଲକଡ଼ାଉନ୍ ର ୬ ମାସ ଅବଧିରେ କେବଳ ସରକାରୀ ଚାକିରିଆ, ପେନସନଭୋଗୀ, ବଡ଼ ପୁଞ୍ଜିପତି ଓ ଲୁଟେରାଙ୍କୁ ଛାଡ଼ି ବାକି ୯୦ ଭାଗ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ, ପେଟ ଖାଲିକୁ ପକେଟ ଖଲି । ଘୋଷିତ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ସହାୟତା ପାଇବାରୁ ବହୁ ବଞ୍ଚିତ ହେଉଛନ୍ତି । ପ୍ରବାର ସର୍ବସ୍ବ ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସାଙ୍ଗକୁ ଦୁର୍ନୀତିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ମୃତ୍ୟୁ ଓ ସଂକ୍ରମଣର ବିଭିଷିକା କ୍ଷୀପ୍ର ଗତିରେ ବୃଦ୍ଧି ପାଇ ଚାଲିଛି । ପ୍ରବାସୀ ଶ୍ରମିକଙ୍କୁ ହତାଦର, ମନରେଗା ଯୋଜନାରେ ଦୁର୍ନୀତି ଓ ମେସିନ ବ୍ୟବହାର । ସମସ୍ତ ରୋଜଗାର ରାସ୍ତାକୁ ବନ୍ଦ କରି କେବଳ ପୋଲିସ ଓ ପ୍ରଶାସନର ଜୁଲୁମରେ ଘରେ ବନ୍ଦୀ ରହି ଭୋକଜ୍ବାଳାରେ ଛଟପଟ ହେଉଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ରୋଜଗାରର ସୁବ୍ୟବସ୍ଥା ଏବଂ ମହାମାରୀରୁ ସମସ୍ତଙ୍କ ଜୀବନକୁ ସୁରକ୍ଷା କରିବା ପାଇଁ ସ୍ବାସ୍ଥ୍ୟସେବାକୁ ସାର୍ବଜନୀନ କରିବା ବଦଳରେ ସ୍ବାସ୍ଥ୍ୟବେପାରୀଙ୍କ ହାତକୁ ଟେକି ଦେଇଛନ୍ତି । ୮ ଘଣ୍ଟା କାର୍ଯ୍ୟ ଦିବସକୁ ୧ ୨ ଘଣ୍ଟା ରେ ପରିଣତ କରିଛନ୍ତି । ଶ୍ରମିକଙ୍କ ସପକ୍ଷରେ ଥିବା ସମସ୍ତ ଆଇନକୁ ଅକାମୀ କରି ମାଲିକ ତଥା କର୍ପୋରେଟ୍ କମ୍ପାନୀ ସପକ୍ଷରେ ଶୋଷଣ ବ୍ୟବସ୍ଥାକୁ ଜୋରଦାର କରିଛନ୍ତି । କୃଷକ ବିରୋଧ, ଜନ ବିରୋଧ ଅଧ୍ୟାଦେଶ ଏବଂ ବିଦ୍ୟୁତ ବିଲ ଆଣି ଦେଶର ଗ୍ରାମୀଣ ଅର୍ଥନୀତିକୁ ଧ୍ୱସଂ କରିଛନ୍ତି । ରାଷ୍ଟ୍ରାୟତ ସମସ୍ତ ସଂସ୍ଥାମାନଙ୍କୁ କର୍ପୋରେଟ କମ୍ପାନୀ ହାତକୁ ଟେକି ଦେଇଛନ୍ତି । ନୂତନ ଶିକ୍ଷା ନୀତି ୨୦ ୨୦ ପ୍ରଣୟନ କରିବା, ଅନଲାଇନ ଶିକ୍ଷାକୁ ଅଧୁକ ଗୁରୁତ୍ବଦେଇ ୮୦ ଭାଗ ସାଧାରଣ ପରିବାରର ପିଲାଙ୍କୁ ଶିକ୍ଷାରୁ ବିତ କରିବା ବ୍ୟବସ୍ଥା ଆପଣାଇଛନ୍ତି । କୃଷକ, ଆଦିବାସୀ, ଦଳିତ, ବସ୍ତିବାସିନ୍ଦାଙ୍କୁ ଜମି ଓ ଜଙ୍ଗଲୁରୁ ବେଦଖଲ କରି କର୍ପୋରେଟ କମ୍ପାନୀର ଦାନ ଓ ଦୟାରେ କ୍ରୀତଦାଶ ଭଳି ବଞ୍ଚିବା ପାଇଁ ରାସ୍ତା ତିଆରୀ କରିଛନ୍ତି । ଏ ସମସ୍ତ କଥାରୁ ଦୃଷ୍ଟି ହଟାଇବା ପାଇଁ ହଜାର ହଜାର କୋଟି ଖର୍ଚ୍ଚ କରି ରାମ ମନ୍ଦିର ଭୂମିପୂଜନ ଏବଂ ଯୁଦ୍ଧଖୋର ଆଭିମୂଖ୍ୟ ଆପଣାଇଛନ୍ତି । ସରକାରଙ୍କ ଏହି ଭ୍ରମରେ ନପଡି ଜୀବନ ଜୀବିକାର ଅଧିକାର ଓ ଦେଶ ନିର୍ମାଣ କରିବା ପାଇଁ ଆଗେଇ ଆସିବାକୁ ନେତୃତ୍ବମାନେ ଆହ୍ବାନ ଦେଇଛନ୍ତି ଏହି ପ୍ରତିବାଦରେ ଜିଲ୍ଲା କମିଟି ସଦସ୍ୟ ତଥା ଆଦିବାସୀ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, କାହୁ ମଲ୍ଲିକ, ବିଷ୍ଣ ପ୍ରଧାନ ଆଦି ନେତୃତ୍ବ ନେଇଥିଲେ ।