ଆହାର କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରେ ଆସେ ଆହାର ଯୋଜନା । ଏଥି ନିମନ୍ତେ ରାଜ୍ୟ ସରକାର ଗରୀବ ଓ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ସବୁ ଖୋଲି ସେଠାରେ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରି ଆସୁଛନ୍ତି । ଯାହା ଫଳରେ ମେଡିକାଲକୁ ଆସୁଥିବା ଲୋକେ, ଗରୀବ ଓ ଅସହାୟ ଲୋକମାନେ ଖାଦ୍ୟ ପାଇ ଉପକୃତ ହେଉଛନ୍ତି । ଆଉ ଏହି ସବୁ ଆହାର କେନ୍ଦ୍ରର ସୁପରିଚାଳନା ପାଇଁ କେତେକ କର୍ମଚାରୀଙ୍କୁ ମଧ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସରକାର ସମସ୍ତ ଆହାର କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କୁ ବହିଷ୍କାର କରି ସେହି ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନିଯୁକ୍ତି ଦେଇ ସେହି ଦାୟିତ୍ୱ ତୁଲାଇବା ପାଇଁ ସ୍ଥିର କରିଛନ୍ତି । ଏଥି ନିମନ୍ତେ ସେମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ପ୍ରଦାନ ସରିଲାଣି । କେବଳ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା ଥିବାବେଳେ ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି । ଦୀର୍ଘ ୪ବର୍ଷ ହେଲାଣି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ସମୟରେ ଚାକିରୀ ହରାଇ ଚଳିବେ କେମିତି ? ଏଭଳି ସ୍ଥିତିରେ ସେମାନଙ୍କ ସମସ୍ୟା ଓ ଥଇଥାନ ପାଇଁ ଆଜି ଭଞ୍ଜନଗର, ଆସିକା, ସୋରଡ଼ା, ବେଲଗୁଣ୍ଠା, ହିଂଜିଳିକାଟୁ ଓ କବିସୂର୍ଯ୍ୟ ନଗର ଆହାରକେନ୍ଦ୍ରର କର୍ମଚାରୀମାନେ ଏସମ୍ପର୍କରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।