ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ଟ୍ରକ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଆଜି ପ୍ରାପ୍ତ ସକାଳ ସମୟରେ ଦଦରାଲୁଣ୍ଡା ଗ୍ରାମ ଠାରେ ଏକ ତେଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଟ୍ରକଟି ସକାଳୁ କଳିଙ୍ଗା ପଟୁ ପେଟ୍ରୋଲ ନେଇକି ଆସୁଥିବା ବେଳେ ଦଦରାଲୁଣ୍ଡା ଗ୍ରାମ ନିକଟରେ ଗାଡି ଚାଳକଙ୍କ ଆଖି ଲାଖି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଏକ ଡ୍ରେନରେ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ଚାଳକ ଓ ହେଲ୍ପର ସମ୍ପୂର୍ଣ୍ଣ ଠିକ ଥିବା ବେଳେ କ୍ରେନ ସାହାଯ୍ୟରେ ଟ୍ରକଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।