ରାୟଗଡାର ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା(ତୁଷାର ରଞ୍ଜନ ସାହୁ) : ରାୟଗଡା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ଆନୁକୂଲ୍ୟରେ ଜିଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜାତୀୟସ୍ତରର ପ୍ରତିଯୋଗୀତା ପାଇଁ ଜିଲାସ୍ତରରେ ୫ବର୍ଷରୁ ୧୮ବର୍ଷ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ମନୋନୀତ କରାଯାଇଥିଲା । ଏଥିରେ ମୋଟ ୮୭ ଜଣ ଛାତ୍ରୀଛାତ୍ର  ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲାପାଳ ଗୁହା ପୁନମ ତାପସ କୁମାର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଡିପିସି ଆନାସ୍ତେଶିୟା କେରକେଟାଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ୍‌ ଓ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କୃତୀ ପ୍ରତିଯୋଗୀଙ୍କୁ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।