ଛତ୍ରପୁର ବ୍ଲକର ଏମଡିଏମ ପାଚିକାମାନେ ସହରରେ ଏକ ଶୋଭାଯାତ୍ରାରେ ଯାଇ ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଛତ୍ରପୁର-ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ଛତ୍ରପୁର ଶାଖା ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାଖଲ କରିଛନ୍ତି । ଛତ୍ରପୁର ବ୍ଲକ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ବହୁବର୍ଷ ହେଲା ସୁଚାରୁ ରୁପେ ଚଳାଇ ଆସୁଥିଲେ ମଧ୍ୟ ସାମାଜିକ ସୁରକ୍ଷା ଓ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ହେଉଥିବ ପାଚିକା ମାନଙ୍କ ଉପରେ ଦୈନଦିନ ଆକ୍ରମଣ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସାମାନ୍ୟ କଥାରେ ପାଚିକା ମାନଙ୍କୁ ବହିଷ୍କାର କରିବା ଅଧିକାରୀ ମାନଙ୍କର ନିତିଦିନିଆ ଖେଳ ହୋଇଯାଇଛି । ଅନ୍ୟପକ୍ଷରେ ସ୍କୁଲ ପରିଚାଳନା କମିଟି ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ କ୍ୟୁର ଚକ୍ଷୁ  ପାଚିକା ମାନଙ୍କୁ ହଇରାଣରେ ପକାଉଛି ।ସଥିପାଇଁ ପାଚିକା ମାନେ ଏକ 11ଦଫା ଦାବି ଲେଖି ଛତ୍ରପୁର ବିଡ଼ିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଛନ୍ତି।