ରାୟଗଡ଼ାରୁ ବହୁ ପରିମାଣ ରିଲିଫ ସାମଗ୍ରୀ ଗଲା କେରଳ

ରାୟଗଡା: କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ଥ ବନ୍ୟା ପୀଡିତଙ୍କୁ ରାୟଗଡା ପୋଲିସ ସାହାଯ୍ୟର ହାତ ବଢ଼ାଇଛି । ରାୟଗଡା ଜିଲ୍ଲା ପୋଲିସର ତତ୍ତ୍ୱାବଧାନରେ ରାୟଗଡାରୁ କେରଳ ଅଭିମୁଖେ ବହୁ ପରିମାଣର ରିଲିଫ ସାମଗ୍ରୀ ଟ୍ରେନ ଯୋଗେ ପଠାଯାଇଛି ।

ରିଲିଫ ସଂଗ୍ରହ ସକାଶେ ରାୟଗଡା ପୋଲିସ ପକ୍ଷରୁ ରାୟଗଡା ଥାନାରେ ଏକ କେନ୍ଦ୍ର ଖୋଲାଯାଇଛି । ସହାୟତା ପ୍ରଦାନ କରିବାକୁ ଇଛୁକ ବ୍ୟକ୍ତି ଖୁଚୁରା ଆକାରରେ ସାମଗ୍ରୀ ପଇଠ ନକରିବାକୁ କୁହାଯାଇଛି । ଚାଉଳ, ଡାଲି ଆଦି ସାମଗ୍ରୀ ବସ୍ତା ଆକାରରେ ପ୍ରଦାନ କରିବାକୁ କୁହାଯାଇଛି । ଏହା ସହ ଟଙ୍କା ସିଧାସଳଖ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୁରୁଣା ପୋଷାକ ନଦେଇ ନୂତନ ପୋଷାକ ଓ ୩ରୁ ୪ ଦିନ ରହିବା ଭଳି ଖାଦ୍ୟ ସାମଗ୍ରୀ ପ୍ରଦାନ କରିବାକୁ ରାୟଗଡା ଏସପି ରାହୁଲ ପି.ଆର ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।