ଚିକିଟି ମହାବିଦ୍ୟାଳୟ ଗଣିତ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ସଭା…

ଚିକିଟି (ସମୃଦ୍ଧ ଓଡିଶା) ଗଞ୍ଜାମ ସ୍ଥିତ ଚିକିଟୀ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ବିଚିତ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ମାଧ୍ୟମରେ ସଫଳତାର ସ୍ୱାଦ ନିହିତ ବୋଲି ମତବ୍ୟକ୍ତ କରିଥିଲେ । ଜିଓଲୋଜି(ଭୁତତ୍ୱ ବିଜ୍ଞାନ) ବିଭାଗର ଅଧ୍ୟାପକ ଡ଼ଃ. ରାମ ଶଙ୍କର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୃଢ ଇଛା ଶକ୍ତି ବଳରେ ସମସ୍ତ କାର୍ଯ୍ୟ ସମ୍ଭବପର ବୋଲି ଉଦବୋଧନ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ. ସନ୍ତୋଷ କୁମାର ବକ୍ସି ଅତିଥି ପରିଚୟ ପ୍ରଦାନ କରିଵା ସହ ଗଣିତ ବିଷୟର ଉପାଦେୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଲେଷଣ କରିଥିଲେ । ଛାତ୍ରୀ ଶୁଭଶ୍ରୀ ଚୌଧୁରୀ ସ୍ୱଗତ ଅଭିଭାଷଣ ପ୍ରଦାନ କରିଥିବା ସ୍ଥଳେ ଶ୍ୱେତା ପଣ୍ଡା, ପ୍ରିୟଙ୍କା ସାହୁ, ମୋନାଲିସା ପଣ୍ଡା ପ୍ରମୁଖ ଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷ ବର୍ଷ ଛାତ୍ର ହେମନ୍ତ କୁମାର ସାହୁ ବିବରଣୀ ପ୍ରଦାନ କରିଥିବା ବେଳେ ଶୁଭମ୍ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଗଣିତ ବିଭାଗର ଅନ୍ୟତମ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ଓ ଅଧ୍ୟାପକା ପଦ୍ମିନୀ ରାଉଳ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ଜ୍ଞାନକୁ ଆହରଣ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ଶେଷ ବର୍ଷ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।