ରାସ୍ତାକଡ ଭିକ୍ଷୁକ ଓ ଖାଇବାକୁ ପାଉନଥିବା ବସ୍ତିବାସିନ୍ଦାଙ୍କୁ ଖାଦ୍ୟ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନବଜାର କାଳୀମନ୍ଦିର ସମ୍ମୁଖରେ ଆଶ୍ରୟ ନେଇଥିବା ଭିକ୍ଷାବୃତ୍ତି କରି ଚଳୁଥିବା ଓ ସାଇମନ୍ଦିର ନିକଟ ପୁରୁଣା ଟାଉନ୍‌ହଲ ନିକଟରେ ଥିବା ତଥା ଖାଇବାକୁ ପାଉନଥିବା ବସ୍ତି ବାସିନ୍ଦାକୁ ୩ ଦିନ ଧରି ରନ୍ଧାଖାଦ୍ୟ ବଣ୍ଟନ କରି ଆସୁଛନ୍ତି । ଆଜି ‘ନୂତନ କିରଣ’ ସଂସ୍ଥା ପକ୍ଷରୁ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ମୁଖ୍ୟ ଗୌର ଗୋପାଳ ସେଣ ଓ କୁମାର ସତ୍ୟଜିତ୍ ବେଜ୍ ପରିଚାଳନା କରିଥିଲେ । ଆଜି ମଧ୍ୟ ମ୍ୟୁନିସିିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଏଥିୋର ଯୋଗ ଦେଇ ପ୍ରାୟ ଶତାଧିକ ବ୍ୟକ୍ତିଙ୍କୁ ରନ୍ଧା ପୁଷ୍ଟିସାର ଖାଦ୍ୟ ବଣ୍ଟନ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ଷଣ୍ଢ, ଗାଈ ମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଲକ୍‌ଡାଉନ୍ ଥିବା ଯାଏ ଚାଲିବ ବୋଲି ନୂତନ କିରଣୀର କର୍ମକର୍ତ୍ତାମାନେ ସ୍ଥିର କରିଛନ୍ତି । ପ୍ରକାଶଯୋଗ୍ୟ ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ସେଠାରେ ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ, ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ସମାଜ କାଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ସମାଜସେବୀ ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା