ଜଳେଶ୍ୱର ଥାନା ପକ୍ଷରୁ ବସ୍ତିବାସିନ୍ଦାକୁ ଶୁଖିଲା ଖାଦ୍ୟ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନା ପ୍ରଭାବ ଯୋଗୁଁ ବସ୍ତି ବାସିନ୍ଦାମାନେ ଜିବୀକା ହରାଇଥିବା ବେଳେ ଜଳେଶ୍ୱର ପୌରପରିଷଦ ଅର୍ନ୍ତର୍ଗତ ବ୍ଲକ ବଜାର ଓ କୋର୍ଟ ବଜାରସ୍ଥିତ ଆସିବାସୀ ସାହି ଏବଂ ଗୋବରଘଟା ପଞ୍ଚାୟତର କୃଷ୍ଣ ନଗରସ୍ଥିତ ଗରିବ ବ୍ୟକ୍ତିମାନଙ୍କୁ ଆଜି ରବିବାର ପୂର୍ବାହ୍ନରେ ଜଳେଶ୍ୱର ଥାନା୍ ପକ୍ଷରୁ ବିସ୍କୁଟ, କମଳା, ସେଓ, ଅଣ୍ଡା ପ୍ରଭୃତି ବଣ୍ଟନ କରାଯାଇଥିଲା । ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଏସ୍‌ଆଇ ସତ୍ୟନାରାରୟଣ ବଳଙ୍କ ସମେତ ବହୁ ପୁଲିସ୍ କର୍ମଚାରୀ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ସର୍ବମୋଟ ୧୦୦ ଉର୍ଦ୍ଧ୍ୱ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା