ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମାତୃ ବିୟୋଗ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମା’ ଶକୁନ୍ତଳା ଜେନାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ମା’ଙ୍କର ଆଜି ଦିନ ପ୍ରାୟ ୧ଟା ୪୦ମିନିଟ୍ ସମୟରେ ତାଙ୍କ ସରକାରୀ ବାସଭବନରେ ପରଲୋକ ହୋଇଯାଇଛି । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଶୁଭେଚ୍ଛୁମାନେ ସ୍ୱର୍ଗୟା ଜେନାଙ୍କର ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗତ ୩ବର୍ଷ ପୂର୍ବରୁ ଶ୍ରୀ ଜେନାଙ୍କ ପିତୃବିୟୋଗ ହୋଇଥିଲା । ଏହି ଖବର ସାରା ରାଜ୍ୟରେ ଓ ଲୋକସେବା ଭବନରେ ପ୍ରଚାରିତ ହେବାପରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମା ଶକୁନ୍ତଳା ଜଣେ ଧର୍ମପ୍ରାଣା ମହିଳା ଥିଲେ । ପରୋପକାରୀ ଓ ସମାଜସେବୀ ଭାବରେ ତାଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି । ତାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ରାଜ୍ୟରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ତାଙ୍କ ମା’ ଙ୍କ ପରଲୋକ କିଛିଦିନ ପାଇଁ ରାଜ୍ୟ ଶାସନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।

ରିପୋର୍ଟ : ରଜତ ମହାପାତ୍ର

Leave a Reply

Your email address will not be published. Required fields are marked *