ମୋଦି ନାରାରେ କମ୍ପିଲା କନିଷି : ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ ପାଇଁ ମୋଦିଙ୍କ ନିମନ୍ତ୍ରଣ

କନିଷି(ସମୃଦ୍ଧଓଡିଶା)ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ଗସ୍ତ କରିଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ବିଜେଡି ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ମୋଦି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି କହିବା ସହିତ ଭୁବନେଶ୍ବରରେ ଶପଥ ଗ୍ରହଣକୁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନଙ୍କୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଭୁବନେଶ୍ବରରେ ରାତ୍ରୀ ଯାପନ କରିବାରେ ଆଜି ବ୍ରହ୍ମପୁରର କନିଷି ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । କନିଷି ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ପ୍ରଥମେ ସ୍ବାଗତ କରିଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଓଡିଆ ଭାଷାରେ କହି ସମସ୍ତଙ୍କ ମନ ଜିଣିଲେ ମୋଦି । ବିଜେପି ରାଜ୍ୟ ସଭାପତିଙ୍କ ସହିତ ଚିକିଟି, ଗୋପାଳପୁର, ବ୍ରହ୍ମପୁରର ବିଜେପି ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କରଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, “କାଲି ମୁଁ ଅଯୋଧ୍ୟାରେ ଯାଇ ରାମ ଲାଲାଙ୍କୁ ଦର୍ଶନ କରିଥିଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଓଡିଶାରେ ଏଥର ଦୁଇଟି ଯଜ୍ଞ ହେବାକୁ ଯାଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ହେଉଛି, ଅନ୍ୟଟି ରାଜ୍ୟରେ ବିଜେପି ସରକାର ପାଇଁ ହେଉଛି । ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ: ବିଜେପି ଯାହା କହେ ତାହା କରି ଦେଖାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, “ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡିଶାର ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଥିବା ବେଳେ ସରକାର ଆସିବା ପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ଅଟେ ।” ଜୁନ 4ରେ ବିଜେଡିର ଏକ୍ସପାଏରୀ ଡେଟ ହୋଇଯିବ ବୋଲି ମୋଦୀ କହିଲେ । ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ମୋଦିଙ୍କର ଗ୍ୟାରେଣ୍ଟି ଅଟେ । ଜୁନ 4ରେ ବିଜେପିର ଏକ୍ସପାଏରୀ ଡେଟ୍ ଲେଖାହୋଇଛି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି । ଜୁନ୍‌ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ୍ 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ସେ କହିଛନ୍ତି । ଓଡିଶାରେ ବିଜେଡି ଅସ୍ତ ହେଉଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ସରକାରଙ୍କୁ ଶାଣିତ କଟାକ୍ଷ କରି କହିଛନ୍ତି, ” ଓଡ଼ିଶାରେ ବିଜେଡି ଅସ୍ତ ହେଉଛି ଏବଂ କଂଗ୍ରେସ ଅତୀତ ହୋଇଯାଇଛି । ଓଡ଼ିଶାରେ କେବଳ ବିଜେପିର ସୂର୍ଯ୍ୟଦୋୟ ହୋଇଛି ।” ମହାପ୍ରଭୁ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି: ଜଗନ୍ନାଥ ଓଡିଶାକୁ ପ୍ରାକୃତିକ ସମ୍ପଦରେ ଭରି ଦେଇଛନ୍ତି । ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି । କିନ୍ତୁ କଂଗ୍ରେସ ଏବଂ ବିଜେଡି ନେତାଙ୍କ ଲୁଟ ପାଇଁ ଆଜି ଓଡିଶା ଗରିବ ବୋଇ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରୁ ହିଁ ସର୍ବାଧିନ ଦାଦନ ଜିଲ୍ଲା ବାହାରକୁ ଯାଉଛନ୍ତି । ଅନ୍ୟପଟେ ହିଞ୍ଜିଳିରେ ଶୀତଳ ଭଣ୍ଡାର ଅଛି ନା ପିଇବା ପାଣି ।” ମୋଦି ଓଡିଶାର ବିକାଶ ପାଇଁ ବଜେଟର ଅଭାବ କରିନାହାନ୍ତି: ସେ କହିଛନ୍ତି, “10 ବର୍ଷରେ ୟୁପିଏ ସରକାର ଓଡିଶାକୁ 1କୋଟି ଦେଇଥିଲେ । କିନ୍ତୁ ମୋଦି 10 ବର୍ଷରେ ସାଢେ 3 କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛନ୍ତି । ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ତେବେ ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ । ମୁଁ ଓଡିଆରେ ଚିଠି ଲେଖିଛି । ଓଡିଶାରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ବିଜେପି ସରକାରଙ୍କ ଲକ୍ଷ୍ୟ ଅଟେ । ଥରେ ସୁଯୋଗ ଦିଅନ୍ତୁ 5 ବର୍ଷରେ ନମ୍ବର ଓ୍ବାନ କରି ଦେଖାଇବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠାରେ ବିକାଶ ହୋଇଛି ।ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଶାର ଝିଅକୁ ବିଜେପି ଦେଶର ବଡ ପଦବୀ ଦେଇଛି । ମୁର୍ମୁଙ୍କମାର୍ଗଦର୍ଶନରେ ମୁଁ ଓଡିଶା ପାଇଁ କାମ କରିବି । ଦିଲ୍ଲୀରେ ବସିଥିବା ଜଗନ୍ନାଥଙ୍କ ଏହି ପୁଅ ଓଡିଶା ପାଇଁ ବହୁତ କଛି କରିବ । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି ।”
ରିପୋର୍ଟ:-ରଜତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *